www.samajalive.in
Saturday, December 6, 2025
16.1 C
Bhubaneswar

୮ମ କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ ଭୁବନେଶ୍ୱର ପାଇଁ ‘କୁ’ ଆପ୍‍ ଆନୁଷ୍ଠାନିକ ସାମାଜିକ ଗଣମାଧ୍ୟମ ସହଯୋଗୀ ମନୋନୀତ

ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଥିବା ୮ମ କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ ପାଇଁ ଭାରତର ବହୁଭାଷୀ ଅଣୁ-ବ୍ଲଗିଂ ପ୍ଲାଟଫର୍ମ କୁ ଆପ୍‍କୁ ଆନୁଷ୍ଠାନିକ ସାମାଜିକ ଗଣମାଧ୍ୟମ ସହଯୋଗୀ ଭାବରେ ମନୋନୀତ କରାଯାଇଛି । ଏହି ଉତ୍ସବ ଓଡ଼ିଶାର ସାହିତ୍ୟ ଓ ସଂସ୍କୃତିର ସମୃଦ୍ଧ ପରମ୍ପରା ପାଳନର ଏକ ଅବସର ଏବଂ ଯୁବପିଢିଙ୍କ ମଧ୍ୟରେ ପଠନ ଅଭ୍ୟାସ ଅନ୍ତର୍ନିବେଶ କରିବା ଏହାର ଲକ୍ଷ୍ୟ । ଭାରତର ଅନ୍ୟତମ ସର୍ବବୃହତ ସାହିତ୍ୟ ଉତ୍ସବ ଭାବରେ ବିବେଚିତ କେଏଲଏଫ ୨୦୨୧ର ବିଷୟବସ୍ତୁ ରଖାଯାଇଛି- ଇଣ୍ଡିଆ ଆଟ୍‍ ୭୫: କମେମୋରେଟିଂ ଦି ରିପବ୍ଲିକ ଅଫ ଲେଟର୍ସ । ଏହି ଉତ୍ସବ ଭୁବନେଶ୍ୱରରେ ଚଳିତ ଡିସେମ୍ବର ମାସ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି । ତାହାସହିତ ଭର୍ଚୁଆଲ ପଦ୍ଧତିରେ ଏହା ଚଳିତ ଡିସେମ୍ବର ମାସ ୧୭ରୁ ୧୯ ପର୍ଯ୍ୟନ୍ତ ମଧ୍ୟ ଆୟୋଜିତ ହେବ । କେଏଲଏଫ ୨୦୨୧ରେ ବିଶିଷ୍ଟ ଭାରତୀୟ ଏବଂ ଆନ୍ତର୍ଜାତୀୟ ବକ୍ତାମାନଙ୍କୁ ନେଇ ସାଂସ୍କୃତିକ ଜାତୀୟତାବାଦ, ଗଣତନ୍ତ୍ର, ଶାନ୍ତି ସ୍ଥାପନ, ବିଦ୍ୱେଷ ସମାଧାନ ଏବଂ ନାଗରିକଙ୍କୁ ନିୟୋଜିତ କରି ରଖିବା ଆଦି ଉପରେ ଏକାଧିକ ଅଧିବେଶନ ଆୟୋଜିତ ହେବ । ଫାରୁଖ ଧୋଣ୍ଡି, ଟ୍ରେସି ସେଭାଲିଏର ଏବଂ ଲୁଇ ୱେଲଶଙ୍କ ଭଳି ବିଶିଷ୍ଟ ଲେଖକଗଣ, ଗୀତିକାର ଗୁଲଜାର ଏବଂ ରାଜ୍ୟସଭା ସାଂସଦ ଜୟରାମ ରମେଶ ପ୍ରମୁଖ ଏହି ତିନିଦିନିଆ ଉତ୍ସବରେ ଉପସ୍ଥିତ ରହିବା ଆଶା କରାଯାଉଛି ।

Hot this week

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

Related Articles

Popular Categories