www.samajalive.in
Saturday, December 6, 2025
26.1 C
Bhubaneswar

ରାଜ୍ୟରେ ବଢୁଛି ସ୍ୱାସ୍ଥ୍ୟବୀମାର ଗ୍ରହଣୀୟତା

ଭୁବନେଶ୍ୱର: ରାଜ୍ୟରେ ଅଧିକରୁ ଅଧିକ ଲୋକ ସଂପ୍ରତି ସ୍ୱାସ୍ଥ୍ୟବୀମାକୁ ଗ୍ରହଣ କରୁଛନ୍ତି । କୋଭିଡ ମହାମାରୀ ଆତଙ୍କ ସୃଷ୍ଟିହେବାପରେ ନିଜର ତଥା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ବାବଦ ଖର୍ଚ୍ଚବୃଦ୍ଧିକୁ ଦୃଷ୍ଟିରେ ରଖି ସଂପ୍ରତି ରାଜ୍ୟର ପରିବାରଗୁଡିକ ସ୍ୱାସ୍ଥ୍ୟବୀମା ପଲିସୀ ଖରିଦ କରୁଛନ୍ତି । ତାହାସହିତ ବିଭିନ୍ନ ଜଟିଳ ରୋଗର ବ୍ୟୟବହୁଳ ଚିକିତ୍ସା ସ୍ୱାସ୍ଥ୍ୟବୀମାର ଗ୍ରହଣୀୟତାରେ ବୃଦ୍ଧି ଘଟାଇଛି । ସ୍ୱାସ୍ଥ୍ୟ ବୀମା ଯୋଗାଣେ କ୍ଷେତ୍ରରେ ରାଜ୍ୟରେ କାର୍ଯ୍ୟ କରୁଥିବା ନଭି ପକ୍ଷରୁ କୁହାଯାଇଛି ଯେ ଗତବର୍ଷ ଡିସେମ୍ବର ମାସରେ ପ୍ରଚଳନ କରାଯାଇଥିବା ୧୦୦% ଡିଜିଟାଲ, କାଗଜ ବିହୀନ ଆପ୍‍ ଭିତ୍ତିକ ସ୍ୱାସ୍ଥ୍ୟ ବୀମା ପ୍ରତି ଓଡ଼ିଶାରେ ଗ୍ରାହକମାନେ ବିଶେଷ ଆଗ୍ରହ ପ୍ରଦର୍ଶନ କରିଛନ୍ତି । ସମଗ୍ର ଓଡ଼ିଶାରେ ୧୨୫ଟି ନେଟୱର୍କ ହାସପାତାଳର ପରିବ୍ୟାପ୍ତ କଭରେଜ ସୁବିଧା ଥିବା ଓଡ଼ିଶା ନଭି ବୀମା ପାଇଁ ଗୁରୁତ୍ୱପୂର୍ଣ୍ଣ ବଜାରଗୁଡିକ ମଧ୍ୟରେ ଅନ୍ୟତମ ଭାବରେ ବିବେଚିତ ହେଉଛି ଏବଂ ଗତ ମଇ ମାସଠାରୁ ଏହାର ବିକ୍ରି ହୋଇଥିବା ମୋଟ ପଲିସୀ ମଧ୍ୟରେ ଓଡ଼ିଶାର ଅବଦାନ ପ୍ରାୟ ୫% ରହିଛି । ନଭି ବୀମା ପାଇଁ ଓଡ଼ିଶାରେ ଭୁବନେଶ୍ୱର, କଟକ ଏବଂ ରାଉରକେଲା ଦ୍ରୁତତମ ଅଭିବୃଦ୍ଧିଶୀଳ ବଜାର ହୋଇଛି । ଜାତୀୟ ସ୍ତରରେ ନଭି ବୀମାର ବ୍ୟବସାୟ ୨୦୨୧ ମଇ ମାସ ଠାରୁ ପ୍ରତି ମାସରେ ୧୧୦% ଅଭିବୃଦ୍ଧି ହାସଲ କରିଛି । ଏହା ଗ୍ରାହକଙ୍କୁ କମ୍‍ ସମୟ ମଧ୍ୟରେ କାଗଜ ବିହୀନ ବୀମା ସୁବିଧା ଯୋଗାଇବା ସହିତ ମାସିକ ସହଜ କିସ୍ତିରେ ପ୍ରିମିୟମ ପୈଠ କରିବା ସୁବିଧା ଦେଉଥିବାରୁ ବହୁ ଅଧିକ ସଂଖ୍ୟକ ଗ୍ରାହକପାଇଁ ଏହା ସୁଲଭ ହୋଇପାରୁଛି ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories