www.samajalive.in
Saturday, December 6, 2025
26.1 C
Bhubaneswar

ବାୟୁ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତି

ନୂଆଦିଲ୍ଲୀ : ତାମିଲନାଡୁ କୁନ୍ନୁରରେ ବାୟୁ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ପ୍ରସଙ୍ଗରେ ସଂସଦର ଉଭୟ ଗୃହ ଲୋକସଭା ଓ ରାଜ୍ୟ ସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ବିବୃତି ପ୍ରଦାନ କରିଛନ୍ତି। ସେ କହିଛନ୍ତି, ତାମିଲନାଡୁର କୁନ୍ନୁର ଅଞ୍ଚଳରେ ବୁଧବାର ଦିନ ସିଡିଏସ ବିପିନ୍‍ ରାୱତଙ୍କ ଏମଆଇ  -୧୭ ହେଲିକପ୍ଟର ଦିନ ୧୧.୪୮ ରେ ସୁଲୁର ଏୟାର ବେସ୍‍ ରୁ ଉଡାଣ ଭରିଥିଲେ। ୧୨ଟା୮ ମିରେ ରାୱତଙ୍କ ଚପର ସହ ଏଟିସିର ସମ୍ପର୍କ ସ୍ଥାପନା ବିଚ୍ଛିନ୍ନ ହୋଇଥିଲା। ୧୨ଟା ୧୫ରେ ୱେଲିଂଟନ୍‍ ରେ ହେଲିକପ୍ଟର ଅବତରଣ କରିବାର ଥିଲା। ଅବତରଣର ୭ ମିନିଟ୍‍ ପୂର୍ବରୁ ହେଲିପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସ୍ଥାନୀୟ ଲୋକେ ପ୍ରଥମେ ଦୁର୍ଘଟଣା ବିଷୟରେ ଜାଣି ଘଟଣାସ୍ଥଳକୁ ଯାଇଥିଲେ। ମାତ୍ର ପହଞ୍ଚିବା ବେଳକୁ ହେଲିକପ୍ଟରରେ ନିଆଁ ଲାଗିଥିବା ଦେଖିଥିଲେ। ଏହାପରେ ଖବର ପାଇ ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ହେଲିକପ୍ଟରରେ ଥିବା ୧୪ ଜଣଙ୍କ ମଧ୍ୟରେ ସିଡିଏସ ରାୱତ, ତାଙ୍କ ପତ୍ନୀଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ମାତ୍ର ଜଣେ ଯବାନ ଗ୍ରୁପ କ୍ୟାପଟେନ ବରୁଣ ସିଂ ୱେଲିଂଟନ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସମସ୍ତ ମୃତକଙ୍କ ପାଥିବ ଶରୀର ସନ୍ଧ୍ୟା ସୁଦ୍ଧା ଦିଲ୍ଲୀ ଅଣାଯିବ ବୋଲି ସୂଚନା ଦେଇଛନ୍ତି। ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।
ଲୋକସଭାରେ ଏକ ବିବୃତ୍ତି ପ୍ରଦାନ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ହେଲିକପ୍ଟର ଦୁର୍ଘଟଣାର ତ୍ରି-ସ୍ତରୀୟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି। । ଏହି ଅନୁସନ୍ଧାନକୁ ଏୟାର ମାର୍ଶଲ ମନଭେନ୍ଦ୍ର ସିଂ ତଦନ୍ତର ନେତୃତ୍ୱ ନେବେ। ଗତକାଲି ତଦନ୍ତକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏହି ଦୁର୍ଘଟଣାରେ ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅଧିକାରୀଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories