www.samajalive.in
Saturday, December 6, 2025
16.1 C
Bhubaneswar

ପ୍ରେମିକଙ୍କୁ ପାଇବା ଲାଗି ଯୁବତୀମାନେ ବଳାତ୍କାର ବାହାନା କରନ୍ତି: ଖଟ୍ଟର

ଚଣ୍ଡିଗଡ଼ : ନିୟମିତ ଭାବେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିବା ବିଜେପି ନେତାଙ୍କ ଏକ ନୀତିରେ ପରିଣତ ହୋଇଥିବା ଅଭିଯୋଗ ହୋଇ ଆସୁଛି। ଏହି ଧାରାରେ ଏବେ ସାମିଲ୍‍ ହୋଇଛନ୍ତି ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‍ ଖଟ୍ଟର। ଯୁବତୀମାନେ ସେମାନଙ୍କ ପୂର୍ବତନ ପ୍ରେମିକଙ୍କୁ ହାସଲ କରିବା ପାଇଁ ବଳାତ୍କାରର ମିଛ ଅଭିଯୋଗ କରିଥାନ୍ତି ବୋଲି କହିଛନ୍ତି ଖଟ୍ଟର।
ହରିଆଣା ବିଧାନସଭାରେ ଉପସ୍ଥାପିତ ରିପୋର୍ଟ ଅନୁଯାୟୀ ୨୦୧୪-୧୫ ରୁ ଇତିମଧ୍ୟରେ ବଳାତ୍କାର ଘଟଣା ୪୭% ଓ ଅପହରଣ ଘଟଣା ଶତ ପ୍ରତିଶତ ବୃଦ୍ଧି ଘଟିଛି। ଏ ସମ୍ପର୍କରେ ଏକ ସାଧାରଣ ସଭାରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଖଟ୍ଟର କହିଥିଲେ ଯେ ଏଭଳି ଅଭିଯୋଗ ଭୁଲ୍‍। ପୂର୍ବରୁ ମଧ୍ୟ ବଳାତ୍କାର ଘଟଣା ଘଟୁଥିଲା ଓ ଏବେ ମଧ୍ୟ ଘଟୁଛି। ଉଲ୍ଳେଖନୀୟ ହେଉଛି ୮୦ ରୁ ୯୦ ପ୍ରତିଶତ ବଳାତ୍କାର ମାମଲାରେ ଯୁବତୀ ବା ମହିଳାଙ୍କ ସମ୍ପର୍କୀୟ ବା ଜଣାଶୁଣାମାନେ ସଂଶ୍ଲିଷ୍ଟ ଥିବା ଜଣାପଡ଼ିଛି। ଏପରିକି ସମ୍ପୃକ୍ତ ଯୁବକ ଓ ଯୁବତୀ ଅନେକ ଦିନ ପର୍ଯ୍ୟନ୍ତ ଏକାସାଙ୍ଗରେ ରହୁଛନ୍ତି। କୌଣସି କାରଣରୁ ଜୀବନସାଥୀ ପାଇଁ ଯୁବକମାନେ ରାଜି ନହେଲେ ଯୁବତୀମାନେ ବଳାତ୍କାର ଅଭିଯୋଗ ଆଣୁଛନ୍ତି।
ଅପରପକ୍ଷରେ ଏଭଳି ମନ୍ତବ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମହିଳା ବିରୋଧୀ ଆଭିମୁଖ୍ୟର ସୂଚନା ମିଳୁଛି ବୋଲି ହରିଆଣା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ଖଟ୍ଟରଙ୍କ ଏଭଳି ମନ୍ତବ୍ୟ ନୂଆ ନୁହେଁ। ରାଜ୍ୟ ଓ ଦେଶରେ ବଢ଼ୁଥିବା ବଳାତ୍କାର ଘଟଣା ପାଇଁ ଖଟ୍ଟର ୨୦୧୪ରେ ଯୁବତୀ ଓ ମହିଳାଙ୍କୁ ଦାୟୀ କରିଥିଲେ। ଯୁବତୀମାନେ ପାଶ୍ଚାତ୍ୟ ଅନୁକରଣରେ ଅଶାଳୀନ ପୋଷାକ ପିନ୍ଧୁଥିବାରୁ ଯୁବକମାନେ ଅଧିକ ଆକର୍ଷିତ ହେଉଥିବା ଖଟ୍ଟର କହିଥିଲେ।
ବଳାତ୍କାର ଘଟଣାରେ ଯୁବକ ବା ବଳାତ୍କାରୀଙ୍କୁ କ୍ଲିନ୍‍ଚିଟ୍‍ ଦେବାରେ ଖଟ୍ଟର ପ୍ରଥମ ବ୍ୟକ୍ତି ନୁହନ୍ତି। ଏହାପୂର୍ବରୁ ଉତ୍ତରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂହ ଯାଦବ ମଧ୍ୟ ବଳାତ୍କାରୀଙ୍କ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ। ସେହିପରି ଚାଉମିନ୍‍ ଆଦି ଫାଷ୍ଟଫୁଡ୍‍ ଖାଇବା ଯୋଗୁଁ ପୁରୁଷଙ୍କ ମନରେ ବଳାତ୍କାର ଭାବନା ଜାଗ୍ରତ ହେଉଛି ବୋଲି ୨୦୧୨ରେ ଜିନ୍ଦ ଖାପ୍‍ ପଞ୍ଚାୟତ ନେତା କହିଥିଲେ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories