www.samajalive.in
Thursday, December 11, 2025
18.1 C
Bhubaneswar

କୋଷ୍ଠକାଠିନ୍ୟ ସମସ୍ୟା ଠାରୁ ଦୂରେଇ ରହିବାର ଉପାୟ

ପେଟ ସମସ୍ୟା କଥା ଆସିଲେ ଅଧିକତଃ ବ୍ୟକ୍ତିଙ୍କର କୋଷ୍ଠ କାଠିନ୍ୟ ସମସ୍ୟା ଦେଖା ଦେଇଥାଏ। ଏହି ସମସ୍ୟା ପେଟକୁ ସମ୍ପୂର୍ଣ୍ଣ ରୂପେ ସଫା କରି ନଥାଏ। ଯାହାଦ୍ବାରା ଆପଣଙ୍କୁ ବାରମ୍ବାର ଅସ୍ତବ୍ୟସ୍ତ ଲାଗେ। କୋଷ୍ଠକାଠିନ୍ୟ ଅନେକ କାରଣରୁ ହୋଇଥାଏ। ସଠିକ ଖାଦ୍ୟପେୟ ନ ଖାଇବା ଦ୍ବାରା ଏପରି ସମସ୍ୟା ଦେଖା ଦେଇଥାଏ। ତେଣୁ ସର୍ବଦା ଡାଏଟ ଅନୁଯାୟୀ ଭୋଜନ କରନ୍ତୁ।

ଡାଏଟରେ ଫାଇବର ଯୁକ୍ତ ଖାଦ୍ୟ :

- Advertisement -

ଫାଇବର ଯୁକ୍ତ ଖାଦ୍ୟ ଶରୀର ପାଇଁ ଲାଭଦାୟକ ଅଟେ। ଏହା ଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ। ଫାଇବର ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଅଧିକ ଭୋକ ଲାଗିନଥାଏ।

ସକାଳେ ଲେମ୍ବୁ ଓ ଗରମ ପାଣି ପିଅନ୍ତୁ :

ପ୍ରତିଦିନ ସକାଳେ ଗରମ ପାଣିରେ ଲେମ୍ବୁ ଚିପୁଡି ପିଇବା ଉଚିତ। ଏପରି କରିବା ଦ୍ବାର କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ। ଏହାସହ ପେଟରୁ ଚର୍ବି ମଧ୍ୟ କମାଇଥାଏ।

ପର୍ଯ୍ୟାପ୍ତ ମାତ୍ରାରେ ପାଣି :

ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା ଦ୍ବାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ। ତେଣୁ ଶରୀରରେ ଜଳୀୟ ଅଂଶର ଅଭାବ ଦୂର କରିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ଆବଶ୍ୟକ।

ଅଧିକ ତୈଳାକ୍ତ ଖାଦ୍ୟ ଖାଆନ୍ତୁ ନାହିଁ :

ଅଧିକ ତୈଳାକ୍ତ ଖାଦ୍ୟ ଖାଇବା ଦ୍ବାରା ଶରୀରର କ୍ଷତି ହୋଇଥାଏ। ତୈଳାକ୍ତ ଖାଦ୍ୟ ଶରୀରରେ ସଠିକ ଭାବେ ହଜମ ହୋଇପାରେ ନାହିଁ। ଏହି କାରଣରୁ କୋଷ୍ଠକାଠିନ୍ୟ ସମସ୍ୟା ଦେଖା ଦେଇଥାଏ। ତେଣୁ ଯେତେ ସମ୍ଭବ ତୈଳାକ୍ତ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ।

 

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories