www.samajalive.in
Saturday, December 6, 2025
15.1 C
Bhubaneswar

ଟ୍ରେନ୍‌‌ ଲାଇନଚ୍ୟୁତ କରିବାକୁ ଷଡଯନ୍ତ୍ର; ରେଳ ଧାରଣାରେ ଥିଲା ସିମେଣ୍ଟ ଖଣ୍ଡ

ସମାଜ ଡିଜିଟାଲ ଡେସ୍କ: ରାଜସ୍ଥାନରେ ପୁଣି ଥରେ ଟ୍ରେନ୍‌‌ ଲାଇନଚ୍ୟୁତ କରିବାକୁ ଷଡଯନ୍ତ୍ର ହୋଇଥିଲା। ଏଥର ଦୁର୍ବୃତ୍ତମାନେ ଅଜମେରର ସରାଧନା ଓ ବାଙ୍ଗଡ଼ ଗ୍ରାମ ରେଳଷ୍ଟେସନ ମଧ୍ୟରେ ଦୁଇଟି ସ୍ଥାନରେ ବଡ ବଡ ସିମେଣ୍ଟ ଖଣ୍ଡ ରଖିଥିଲେ। ଏହି ବଡ ବଡ ସିମେଣ୍ଟ ଖଣ୍ଡର ଓଜନ ୭୦କିଲୋ ହେବ ବୋଲି କୁହାଯାଇଛି। ତେବେ ଦ୍ରୁତ ଗତିରେ ଆସୁଥିବା ମାଲବାହୀ ଟ୍ରେନଟି ଉକ୍ତ ସିମେଣ୍ଟ ଖଣ୍ଡକୁ ଧକ୍କା ଦେଇ ଆଗକୁ ବଢିଯାଇଥିଲା। ସୌଭାଗ୍ୟବଶତଃ ମାଲଗାଡି ଟ୍ରେନଟି ଲାଇନଚ୍ୟୁତ ହୋଇନାହିଁ। ଏନେଇ ମାଙ୍ଗଲିୟାବାସ ଥାନାରେ ଆରପିଏଫ ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଟ୍ରେନକୁ ଲାଇନଚ୍ୟୁତ କରିବା ପାଇଁ ଏଭଳି ଷଡଯନ୍ତ୍ର ଜାଣିଶୁଣି କରାଯାଇଥିବା ସନ୍ଦେହ କରାଯାଉଛି। ମିଳିଥିବା ସୂଚନା ଅନୁସାରେ ଗତ ୧୭ ଦିନ ମଧ୍ୟରେ ତୃତୀୟ ଥର ପାଇଁ ରାଜସ୍ଥାନରେ ଟ୍ରେନ୍‌‌ ଲାଇନଚ୍ୟୁତ କରିବାକୁ ଷଡଯନ୍ତ୍ର ହୋଇଛି। ଗତ ରବିବାର ରାତିରେ ପ୍ରୟାଗରାଜ-ଭିୱାନୀ କାଳିନ୍ଦୀ ଏକ୍ସପ୍ରେସ କାନପୁରର ଶିବରାଜପୁର ଅଞ୍ଚଳ ଅତିକ୍ରମ ବେଳେ ରେଳ ଲାଇନରେ ଏକ ଗ୍ୟାସ ସିଲିଣ୍ଡରକୁ ଧକ୍କା ଦେଇଥିଲା। ଏଥିରେ କାହାର କୌଣସି କ୍ଷତି ହୋଇନଥିଲା, ହେଲେ ଏହା ପଛରେ ଷଡଯନ୍ତ୍ର ରହିଥିବା କାନପୁର ପୁଲିସ ସନ୍ଦେହ କରିଥିଲା।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories