ନୂଆଦିଲ୍ଲୀ : ମିଜୋରମ ବିଧାନସଭା ନିର୍ବାଚନ ପାଇଁ ବୁଧବାର କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। କଂଗ୍ରେସ ସମସ୍ତ ୪୦ ବିଧାନସଭା ଆସନରେ ପ୍ରାର୍ଥୀ ଦେଇଛି। ପ୍ରକାଶଯୋଗ୍ୟ ଯେ ନିର୍ବାଚନ ଆୟୋଗ ଅକ୍ଟୋବର ୬ରେ ପାଞ୍ଚ ରାଜ୍ୟ (ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ମିଜୋରମ ଏବଂ ତେଲଙ୍ଗାନା) ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ। ମିଜୋରମର ମୋଟ ୬୦ ବିଧାନସଭା ଆସନରେ ନିର୍ବାଚନ ହେବ। ମିଜୋରମରେ ନଭେମ୍ବର ୨୮ରେ ମତଦାନ ହେବ ଓ ଡିସେମ୍ବର ୧୧ରେ ଫଳ ପ୍ରକାଶ ପାଇବ।
ନଭେମ୍ବର ୨ରେ ନିର୍ବାଚନ ପାଇଁ ଅଧିସୂଚନା ଜାରି କରାଯିବ। ନାମାଙ୍କନ ଦାଖଲ ପାଇଁ ନଭେମ୍ବର ୯ ଶେଷ ତାରିଖ ଓ ନାମାଙ୍କନ ପ୍ରତ୍ୟାହାର ପାଇଁ ନଭେମ୍ବର ୧୪ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି।
ସେହିପରି ମିଜୋରମର ଆଞ୍ଚଳିକ ଦଳଙ୍କୁ ନେଇ ଗଠିତ ଜୋରାମ ପିପୁଲ୍ସ ମୁଭମେଣ୍ଟ (ଜେଡିପିଏମ୍) ପକ୍ଷରୁ ବୁଧବାର ୩୫ ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି। ଜେଡିପିଏମ୍ ପକ୍ଷରୁ ରାଜନୀତିରୁ ସନ୍ୟାସ ନେଇ ସାରିଥିବା ବରିଷ୍ଠ ନେତାଙ୍କୁ ନେଇ ଏକ ବୟୋଜ୍ୟେଷ୍ଠ ଶାଖା ଗଠନ କରାଯାଇଛି। ଜିଡିପିଏମ୍ ମୁଖ୍ୟମନ୍ତ୍ରୀ ପାର୍ଥୀ ଲାଲଦୁହୋମା ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ସୂନା ମିଳିଛି।
ମିଜୋରମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଜାରି
Popular Categories



