www.samajalive.in
Saturday, December 6, 2025
14.1 C
Bhubaneswar

ଘଟଗାଁରୁ କଂଗ୍ରେସର ପ୍ରଚାର ଆରମ୍ଭ

ପାଟଣା : ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଶୁଭାରମ୍ଭ କରିଛି କଂଗ୍ରେସ। ମଙ୍ଗଳବାର କେନ୍ଦୁଝର ଜ଼ିଲ୍ଲା ଘଟଗାଁ ପୀଠରେ ଆରାଧ୍ୟ୍ୟ ଦେବୀ ମା ତାରିଣୀଙ୍କ ପୂଜାର୍ଚ୍ଚନା ପରେ କଂଗ୍ରେସ ପ୍ରାର୍ଥୀମାନେ ପ୍ରଚାର  ଆରମ୍ଭ କରିଥିଲେ । ଏଥିରେ ଜ଼ିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡା, ପିସିସି ସମ୍ପାଦକ ସଂଗ୍ରାମ ଦାସ, କେନ୍ଦୁଝର ଲୋକସଭା କଂଗ୍ରେସ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକ, ଚମ୍ପୁଆ କଂଗ୍ରେସ ବିଧାୟକ ପ୍ରାର୍ଥୀ ଯଶୋବନ୍ତ ସିଂହ ଲାଗୁରି, ପାଟଣା କଂଗ୍ରେସ ବିଧାୟକ ପ୍ରାର୍ଥୀ ହୃଷିକେଶ ନାଏକ, କେନ୍ଦୁଝର ସଦର କଂଗ୍ରେସ ବିଧାୟକ ପ୍ରାର୍ଥୀନି ପ୍ରତିଭା ମଞ୍ଜରୀ ନାଏକ, ତେଲକୋଇ କଂଗ୍ରେସ ବିଧାୟକ ପ୍ରାର୍ଥୀ ନିର୍ମଳ ଚନ୍ଦ୍ର ନାଏକ ପ୍ରମୁଖ ମାଙ୍କ ଦର୍ଶନ କରି ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଝର ପୂର୍ବତନ ବିଧାୟକ ଇଂ ସୁବର୍ଣ୍ଣ ନାଏକ, ତେଲକୋଇ ପୂର୍ବତନ ବିଧାୟକ ପ୍ରାଣବଲ୍ଲଭ ନାଏକ, ଜ଼ିଲ୍ଲା କଂଗ୍ରେସ ସେବା ଦଳ ଅଧ୍ୟକ୍ଷ ବୀରଭଦ୍ର ମହାନ୍ତ, ଜ଼ିଲ୍ଲା କଂଗ୍ରେସ ସାମାଜିକ ଗଣ ମାଧ୍ୟମ ପ୍ରମୁଖ ଅଧ୍ୟକ୍ଷ ସୁଢଳ କୁମାର ସେଠୀ, ଘଟଗାଁ ବ୍ଲକ କଂଗ୍ରେସ ସଭାପତି ପ୍ରଭାକର ନାୟକଙ୍କ ସମେତ ଅନ୍ୟ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ ।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories