www.samajalive.in
Saturday, December 6, 2025
16.1 C
Bhubaneswar

କରୋନାରେ କଂଗ୍ରେସ ସାଂସଦଙ୍କ ଦେହାନ୍ତ

ନୂଆଦିଲ୍ଲୀ: କରୋନା ମହାମାରୀରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି କଂଗ୍ରେସ ସାଂସଦ ରାଜୀବ ସାତଭ। ଦଳର ମୁଖପାତ୍ର ରଣଦୀପ ସୁରଜେୱାଲା ଟ୍ବିଟ୍‌ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଗତ ୨୨ ତାରିଖରେ ରାଜୀବ କରୋନାରେ ସଂକ୍ରମିତ ହୋଇଥିଲେ। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା। ତେବେ​‌ ସେ ଧୀରେ ଧୀରେ ସୁସ୍ଥ ହୋଇଆସୁଥିଲେ। ମାତ୍ର ପରେ ଆଉ ଏକ ଭୂତାଣୁଜନିତ ସଂକ୍ରମଣ ଯୋଗୁ ପୁଣି ଥରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇଯାଇଥିଲା। ତାଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଥିଲା। ରବିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କୁ ୪୬ ବର୍ଷ ହୋଇଥିଲା।

- Advertisement -

ସୁରଜେୱାଲା ଟ୍ବିଟ୍‌ କରି ଲେଖିଛନ୍ତି, ସେ ଆଜି ତାଙ୍କର ଜଣେ ଭଲ ସାଥୀଙ୍କୁ ହରାଇଲେ, ଯିଏ ତାଙ୍କ ସାର୍ବଜନିକ ଜୀବନର ପ୍ରଥମ ପାଦ ଯୁବ କଂଗ୍ରେସରେ ରଖିଥିଲେ ଏବଂ ଆଜି ପର୍ଯ୍ୟନ୍ତ ତାଙ୍କ ସହ ରହିଥିଲେ। କିନ୍ତୁ ଆଜି ତାଙ୍କର ଦେହାନ୍ତ ହୋଇଗଲା। ଦଳ ପ୍ରତି ନିଷ୍ଠା ଏବଂ ତାଙ୍କର ବନ୍ଧୁତ୍ଵକୁ ସେ ସବୁଦିନ ମନେ ରଖିବେ ବୋଲି ସୁରଜେୱାଲା କହିଛନ୍ତି।

Hot this week

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

Related Articles

Popular Categories