www.samajalive.in
Friday, December 12, 2025
15.1 C
Bhubaneswar

କର୍ଣ୍ଣାଟକରେ ହଲଚଲ, ଆଉ ୨ କଂଗ୍ରେସ ବିଧାୟକ ଦେଲେ ଇସ୍ତଫା

ବେଙ୍ଗାଲୁରୁ : କର୍ଣ୍ଣାଟକ କଂଗ୍ରେସକୁ ଆଉ ଏକ ଝଟକା ଲାଗିଛି। ସୋମବାର କଂଗ୍ରେସର ୨ ବିଧାୟକ ଦଳ ଓ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପରଠାରୁ ରାଜ୍ୟ ରାଜନୀତିରେ ହଲଚଲ ବୃଦ୍ଧି ପାଇବାରେ ଲାଗିଛି।
ସୂଚନା ଅନୁସାରେ ବେଲାରୀ ଜିଲା ବିଜୟନଗରର କଂଗ୍ରେସ ବିଧାୟକ ଆନନ୍ଦ ସିଂହ ନିଜ ବିଧାନସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସେ ବିଧାନସଭା ବାଚସ୍ପତି କେଆର ରମେଶ କୁମାରଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ସେହିପରି କଂଗ୍ରେସ ନେତା ତଥା ଗୋକାକ ବିଧାୟକ ରମେଶ ଜରକିହୋଲି ସୋମବାର ଦଳ ଓ ବିଧାନସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଦୁଇ ବିଧାୟକଙ୍କ ଇସ୍ତଫା ପରେ କଂଗ୍ରେସରେ ଅନ୍ତଃକନ୍ଦଳ ତୀବ୍ର ହୋଇଛି। ଏହି କ୍ରମରେ କଂଗ୍ରେସ ବିଧାୟକ ଦଳ ନେତା ସିଦ୍ଧରମେୟା ବେଙ୍ଗାଲୁରୁରେ ନିଜ ବାସଭବନରେ ବିଧାୟକଙ୍କ ବୈଠକ ଡାକିଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଏବେ ଆମେରିକାରେ ଗସ୍ତରେ ଅଛନ୍ତି ଓ ସେ ଜୁଲାଇ ୮ରେ ଫେରିବେ। ତାଙ୍କ ଅନୁପସ୍ଥିତିରେ ରାଜ୍ୟ ରାଜନୀତିର ଘଟଣାକ୍ରମ ଭିନ୍ନ ମୋଡ଼ ନେବାରେ ଲାଗିଛି ।
କୁହାଯାଉଛି ଆନନ୍ଦ ସିଂହ ମନ୍ତ୍ରୀ ପଦ ପାଇଁ ଆଶାୟୀ ଥିଲେ। ମନ୍ତ୍ରୀ ପଦ ଦିଆଯିବ ବୋଲି କଂଗ୍ରେସ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲା। ହେଲେ ତାଙ୍କୁ ଅଣଦେଖା କରାଯାଇଥିଲା। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ବି ତାଙ୍କୁ ମନ୍ତ୍ରୀ ପଦ ଦିଆଯାଇନଥିଲା। ଫଳରେ ସେ ଦଳ ତ୍ୟାଗ କରିବା ସହ ବିଧାନସଭା ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories