ଧାମରା : ଜଳ ନିଷ୍କାସନ ସମସ୍ୟା ନେଇ କଇଥଖୋଲା ବାସିନ୍ଦା ସୋମବାର ଦୀର୍ଘ ସମୟ ଧରି ଧାମରା-ବାସୁଦେବପୁର ରାଜପଥ ଅବରୋଧ କରିିଥିଲେ। କଇଥଖୋଲା ବଜାର ମଧ୍ୟରେ ଜଳ ନିଷ୍କାସନ ହେଉ ନଥିବା ବେଳେ ଆଜିର ଲଘୁଚାପ ବର୍ଷାରେ କଇଥଖୋଲା ବଜାର ସମ୍ପୂର୍ଣ୍ଣ ଜଳମଗ୍ନ ହୋଇ ଯାଇଥିଲା।
ସୂଚନା ଅନୁସାରେ, ଧାମରା ବନ୍ଦର କର୍ତ୍ତୃପକ୍ଷ କଇଥଖୋଲା ବଜାରରେ ଡ୍ରେନ ଖୋଳି ପାଣି ନିଷ୍କାସନ କରିବାକୁ ଏକ ଠିକା ସଂସ୍ଥାକୁ ଦାୟିତ୍ୱ ଦେଇଥିଲେ। ମାତ୍ର ସଂପୃକ୍ତ ଠିକାସଂସ୍ଥା କାମ ଅଧାରେ ଛାଡ଼ି ପଳାଇଥିଲେ। ଆଜିର ଏହି ବର୍ଷା ପ୍ରଭାବରେ କଇଥଖୋଲା ବଜାରରେ ୨ଫୁଟ ପାଣି ଜମି ରହିଥିବା ବେଳେ ବଜାରରେ ଥିବା ଦୋକାନଗୁଡ଼ିକରେ ପାଣି ପଶି ଯାଇଥିଲା। ପରେ ବାଂଶଡା ଏବଂ ଧାମରା ପୁଲିସ ପ୍ରଶାସନ ପହଞ୍ଚି ସ୍ଥାନୀୟ ଜନସାଧାରଣଙ୍କୁ ବୁଝାଶୁଝା କରିବା ସହ ଆଜି ସନ୍ଧ୍ୟାରେ ବନ୍ଦର କର୍ତ୍ତୃପକ୍ଷ ଏବଂ କଇଥଖୋଲା ବଜାରର ବାସିନ୍ଦାଙ୍କ ସହ ଆଲୋଚନା ହେବା ସହ ଖୁବଶୀଘ୍ର ଏହି ପାଣି ନିଷ୍କାସନ ନାଳ କାମ ହେବ ବୋଲି କହିଥିଲେ। ପରେ ଏହି ରାସ୍ତାରୋକ ହଟିବା ସହ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା।
ଜଳ ନିଷ୍କାସନ ସମସ୍ୟା ନେଇ ଧାମରା-ବାସୁଦେବପୁର ରାଜପଥ ଅବରୋଧ
Popular Categories



