ଦରବୃଦ୍ଧି ପ୍ରତିବାଦରେ ବ୍ଲକ ଘେରାଉ କଲେ ଘସିପୁରା କଂଗ୍ରେସର ଶତାଧିକ କର୍ମୀ
କେଶଦୁରାପାଳ : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗ୍ୟାସ ଦର ବୃଦ୍ଧି ସହ ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି ଓ ମିଥ୍ୟା ପ୍ରତାରଣାର ପ୍ରତିବାଦରେ ଶୁକ୍ରବାର ଘସିପୁରା କଂଗ୍ରେସ ପକ୍ଷରୁ ଘଷିପୁରା ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଦଳର ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟନାୟକଙ୍କ ନେତୃତ୍ଵରେ ଦୁଇ ହଜାରରୁ ଅଧିକ କଂଗେସ କର୍ମୀ ଘସିପୁରା କଂଗ୍ରେସ କାର୍ଯ୍ୟଳୟ ଠାରୁ ବାହାରି ବିଭିନ୍ନ ନରା ଦେଇ ଘସିପୁର। ଲକ୍ଷ୍ମୀ ବଜାର ଦେଇ ବସଷ୍ଟାଣ୍ଡରେ ପହଞ୍ଚିଥିଲେ। ପରେ ଘସିପୁରା ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଏହି ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମୁଖପାତ୍ର ପଦ୍ମାକର ଗୁରୁ, କଂଗ୍ରେସ ଜିଲ୍ଲା ସଭାପତି ମୋହନ ପରିଡା, ପାଟଣା ବିଧାୟକ ପ୍ରାର୍ଥୀ ବିନୋଦ ବିହାରୀ ନାୟକ, ଘଟଗାଁ ସଭାପତି ପ୍ରଭାକର ନାୟକ, ଘଟଗାଁ ପୂର୍ବତନ ବ୍ଳକ ଅଧକ୍ଷ ଦେବେନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି ଓ ମିଥ୍ୟା ପ୍ରତାରଣା ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ବିଫଳତା ନେଇ ଭତ୍ସନା ସହ ପ୍ରତିବାଦ କରି ଘଷିପୁରା ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ।
ଏଥିରେ ବିଶେଷ କରି ଦେଶର ଗରିବ ପରିବାରଙ୍କ ଆର୍ଥିକ ମେରୂଦଣ୍ଡ ଦୋହୋଲାଇ ଦେଉଛି। ସରକାର ବିଭିନ୍ନ ମୂଲ୍ୟ ବୃଦ୍ଧି ସାଙ୍ଗକୁ ମିଥ୍ୟା ପ୍ରତିଶ୍ରୁତିରେ ଜନସାଧାରଣ ଅତିଷ୍ଠ ହୋଇ ଆଜି ପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ଘସିପୁରା କଂଗ୍ରେସ ପକ୍ଷରୁ ସୁବ୍ରତ କୁମାର ଚକ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ କଂଗ୍ରେସ କର୍ମୀ ଦୀଲିପ ଜେନା, ତାରିଣୀ ପ୍ରସାଦ ପଟ୍ଟନାୟକ, ଗୋବିନ୍ଦ ମଲିକ, ମନରଂଜନ ବିଶୋଇ , ପ୍ରଶାନ୍ତ ଜେନା, ସହଦେବ ବୋଇତେଇ, ବିପିନ ବିହାରୀ ମାଝୀ , ତ୍ରୀଲୋଚନ ପରିଡ଼ା , ନବ ଘନ ସାହୁ, ପ୍ରଶାନ୍ତ କୁମାର ବିଶ୍ଵାଳ,ନନ୍ଦ କିଶୋର ଜେନା ପ୍ରମୁଖ ଉପସ୍ଥିତ ରହି ଘେରାଉ କରିଥିବା ଜଣା ପଡିଛି ।
Comments are closed.