www.samajalive.in
Saturday, December 6, 2025
23.1 C
Bhubaneswar

ରାଜସ୍ୱ ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡା ମାଡ଼ କଲା ଛାତ୍ର କଂଗ୍ରେସ, କଳା ପତାକା ଦେଖାଇଲା ବିଜେପି

ନୀଳଗିରି: ବାଲେଶ୍ଵରକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ରହିଥିବା ବେଳେ ନୀଳଗିରିକୁ ଅପରାହ୍ନରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଥିଲା। ତେବେ ବିରୋଧୀ ଦଳ ପକ୍ଷରୁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟିକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ନୀଳଗିରି ପୁଲିସ ପକ୍ଷରୁ ସ୍ଥାନୀୟ କଂଗ୍ରେସର ଯୁବନେତା ସନ୍ତୋଷ ମହାପାତ୍ର ଓରଫ ନିଗମଙ୍କୁ ଗୁରୁବାର ରାତିରେ ରାତ୍ର ଭୋଜନ କରୁଥିବା ସମୟରେ ନୀଳଗିରି ପୁଲିସ ତାଙ୍କୁ ଉଠାଇ ଥାନାରେ ଅଟକ ରଖିଥିଲା। ସେହିପରି ସକାଳେ ଯୁବକର୍ମୀ ଆଦର୍ଶ ଗୌରବ ଦାସଙ୍କୁ ମଧ୍ୟ ଅଟକ ରଖାଯାଇଛି। ତେବେ ନୀଳଗିରିରେ ପୁଲିସ ପାଟ୍ରୋଲିଂ କଡାକଡି ଚାଲିଥିବା ସୁଯୋଗରେ ସ୍ଥାନୀୟ ଛାତ୍ର କଂଗ୍ରେସର କର୍ମୀମାନେ ସେରଗଡ଼ ନିକଟକୁ ପଳାଇଥିଲେ। ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ବାଲେଶ୍ଵରରୁ ନୀଳଗିରି ଅଭିମୁଖେ ଗସ୍ତ କରୁଥିବା ଦେଖି ଛାତ୍ର କଂଗ୍ରେସର କର୍ମୀମାନେ ସେରଗଡ଼ଠାରେ ୨ଟି ସ୍ଥାନରେ ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡା ମାଡ଼ କରିଛନ୍ତି। ସେହିପରି ମନ୍ତ୍ରୀ ଶ୍ରୀ ମାରାଣ୍ଡି ନୀଳଗିରିରେ କାର୍ୟ୍ୟକ୍ରମ ସାରି ଔପଦା ଅଭିମୁଖେ ଯାତ୍ରା କରୁଥିବା ସମୟରେ ନୀଳଗିରି-ସେରଗଡ଼ ରାସ୍ତାର ଆମ୍ବୁଡ଼ିହା ନିକଟରେ ନୀଳଗିରି ବିଜେପି କର୍ମୀମାନେ ମନ୍ତ୍ରୀଙ୍କୁ କଳା ପତାକା ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସୂଚନା ଯେ, ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ଏଭଳି ପ୍ରତିବାଦ କରାଯାଇଥିଲା।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories