www.samajalive.in
Monday, December 8, 2025
14.1 C
Bhubaneswar

ଦୁଇ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ନିଯୁକ୍ତି ବନ୍ଦ ନିଷ୍ପତି ଦୁଃଭାର୍ଗ୍ୟଜନକ : ରାଜୀବ ପଟ୍ଟନାୟକ

ଭୁବନେଶ୍ୱର : ରାଜ୍ୟ ସରକାର କରୋନା ମହାମାରୀ ଆଳରେ ଦୁଇ ବର୍ଷ ପାଇଁ ଆର୍ଥିକ କଟକଣା ଲଗାଇ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟବନ୍ଦ କରିବା ସହ ନିଯୁକ୍ତି ବନ୍ଦ କରିବାପାଇଁ ଯେଉଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ତାହା ରାଜ୍ୟର ଛାତ୍ର, ଯୁବ ସମାଜ ଓ ବିଶେଷକରି ବେକାର ଯୁବକଯୁବତୀଙ୍କୁ ହତାସ କରିଛି ବୋଲି ଭୁବନେଶ୍ୱର ମଧ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ରାଜୀବ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ କ୍ଷୋଭ ପ୍ରକାଶ କରିଛନ୍ତି।

ନବୀନ ପଟ୍ଟନାୟକ ସରକାର ଦୀର୍ଘ ୨୦ବର୍ଷ ଧରି ଓଡ଼ିଶାର ଯୁବକ ଓ ଛାତ୍ରମାନଙ୍କୁ ଭୂଆଁ ବୁଲାଇ ଆସୁଛନ୍ତି। ନିର୍ବାଚନୀ ଇସ୍ତାହାରରେ ବିଜେଡ଼ି କହିଥିଲା ଯେ ବର୍ଷକୁ ଏକଲକ୍ଷ ନିଯୁକ୍ତି ଦେବ ମାତ୍ର ୨୦ବର୍ଷରେ ୨୦ଲକ୍ଷ ବଦଳରେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ମାତ୍ର ୫୦ହଜାରରୁ କମ ନିଯୁକ୍ତି ଦେଇଛନ୍ତି ବୋଲି ପଟ୍ଟନାୟକ କହିଛନ୍ତି। ସମୁଦ୍ରକୁ ଶଙ୍ଖେପରି ଯାହା ନଗଣ୍ୟ ନିଯୁକ୍ତି ମିଳୁଥିଲା ଏବେ ଚକ୍ରାନ୍ତ କରି ସେସବୁକୁ ବନ୍ଦ କରିଦେଲେ।

- Advertisement -

ଏହି ନିର୍ଦ୍ଦେଶନାମା ଛାତ୍ର ଓ ଯୁବ ସମାଜ ମହଲରେ ଆଜି ହାହାକାର ସୃଷ୍ଟିହୋଇଛି। ଏବେ ରାଜ୍ୟରେ ୮୦ଲକ୍ଷରୁ ଉର୍ଦ୍ଧ୍ବ ଦଶମ ପାସକରିଥିବା ଏବଂ ୨୦ଲକ୍ଷରୁ ଊର୍ଦ୍ଧ୍ବ ଗ୍ରାଜୁଏଟ ବେକାର ଯୁବକ ଯୁବତୀ ନିଯୁକ୍ତି ନ ପାଇ ଅତି ଦୁର୍ଦ୍ଦିନରେ କାଳ କାଟୁଛନ୍ତି। ବେକାର ଯୁବକ ଯୁବତୀଙ୍କୁ ଭୂଆଁ ବୁଲାଇବା ପାଇଁ ନବୀନ ସରକାର ଅନେକଥର ନିଯୁକ୍ତି ମେଳାକରି ସେମାନଙ୍କ ଠାରୁ କୋଟି କୋଟି ଟଙ୍କା ଆଦାୟ କରିଛନ୍ତି ମାତ୍ର ସେହି ବ୍ୟବସ୍ଥାରେ ଜଣେହେଲେ କେହି ନିଯୁକ୍ତି ପାଇନାହାନ୍ତି। ଏବେ  ନିର୍ଦ୍ଦେଶନାମା ଅନୁଯାୟୀ ଦୁଇବର୍ଷ କାଳ ନିଯୁକ୍ତି ବନ୍ଦ ରହିଲେ ପଞ୍ଜିକୃତ ବେକାରଙ୍କ ମଧ୍ୟରୁ ୫୦ଭାଗ ବେକାରଙ୍କର ବୟସ ଅତିକ୍ରମ କରିଯିବ ଏବଂ ଦୁଇବର୍ଷ ମଧ୍ୟରେ ପାଠପଢ଼ା ସମାପ୍ତ କରି ଲକ୍ଷଲକ୍ଷ ଛାତ୍ରଛାତ୍ରୀ ନିଯୁକ୍ତି ନପାଇ ହତାସ ହୋଇପଡ଼ିବେ।

ଏଠିକାର ଛାତ୍ରଛାତ୍ରୀ ଓ ଯୁବକଯୁବତୀମାନେ ନିଯୁକ୍ତି ନପାଇ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି। ବିଶେଷକରି ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମ ଜିଲ୍ଳାରେ ଦାଦନଙ୍କ ସଂଖ୍ୟା ଅଧିକ। ଓଡ଼ିଶାରେ ୨୦୦୦ ମସିହାରେ କଂଗ୍ରେସ ସରକାର କ୍ଷମତାଚ୍ୟୁତ ହେଲାବେଳେ ରାଜ୍ୟରେ ଋଣଭାର ମାତ୍ର ୧୮ହଜାର କୋଟି ଥିଲା। ସ୍ୱାଧୀନତା ପରଠାରୁ ୫୦ବର୍ଷ ମଧ୍ୟରେ ଋଣଭାର ଏତିକିରେ ରହିଥିଲା ମାତ୍ର ୨୦ବର୍ଷ ନବୀନ ଶାସନରେ ଏହି ଋଣଭାର ୧ଲକ୍ଷ ୨୦ହଜାର ପର୍ଯ୍ୟନ୍ତ ପଂହଚିଛି। ଏହି ସରକାର ସବୁବେଳେ କେନ୍ଦ୍ର ଉପରେ ନିର୍ଭରଶୀଳ ଏବଂ କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚକରିବାରେ ବି ଅସମର୍ଥ। ଆଜି ଏଭଳି ବିପତି ସମୟରେ ନିଜର ଅପାରଗତାକୁ ଘୋଡ଼ାଇବା ପାଇଁ ବାଟ ନପାଇ ଶେଷରେ ଓଡ଼ିଶାର ଛାତ୍ରଓ ଯୁବକଙ୍କ ପେଟକୁ ଗୋଇଠା ମାରିଛନ୍ତି। ହାତରେ ନପାରି ଭାତରେ ମାରିବା ପାଇଁ ଚକ୍ରାନ୍ତ କରୁଛନ୍ତି। ରାଜ୍ୟବାସୀ ନବୀନ ସରକାରଙ୍କର ଏହି ନିଷ୍ପତିର ବିଚାର କରିବେ। ପଟ୍ଟନାୟକ କହିଛନ୍ତି କେବଳ ନିଯୁକ୍ତି କ୍ଷେତ୍ର କାହିଁକି ଏହି ବିପତିରେ ବିଧାୟକ, ସାଂସଦ, ବରିଷ୍ଠ ସରକାରୀ ଅଫିସର ସମସ୍ତଙ୍କ ବେତନ ଉପରେ ନିର୍ଦ୍ଦିଷ୍ଟ ପଦକ୍ଷେପ ନିଆଯାଉ। ବିଶେଷ କରି ବିଧାୟକ ଓ ସାଂସଦ ସରକାରଙ୍କ ଠାରୁ ପାଉଥିବା ସମସ୍ତ ମାସିକ ଆର୍ଥିକ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଉ ଏବଂ ବରିଷ୍ଠ ସରକାରୀ ଅଫିସରଙ୍କର ଦରମାକୁ ଅଧା କରିଦିଆଯିବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି। ସରକାର ନିଯୁକ୍ତି କ୍ଷେତ୍ରରେ ଏପରି ନିଷ୍ଠୁରତା ଅବଲମ୍ବନ ନକରି ଏହି ଆଦେଶନାମାର ପୁନଃବିଚାର କରନ୍ତୁ। ଏହି ସାମ୍ବାଦିକ ସମ୍ମିଳନୀରେ ଛାତ୍ର କଂଗ୍ରେସ ନେତା ୟାସିର ନୱାଜ, ଯୁବକଂଗ୍ରେସ ନେତା ଗୋପନ ମାର୍ଥା, ସାଗର ପଟ୍ଟନାୟକ, ରାଜେଶ ପଟ୍ଟନାୟକ, ପପୁଲି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories