www.samajalive.in
Saturday, December 13, 2025
21.1 C
Bhubaneswar

କଂଗ୍ରେସ କେମ୍ବ୍ରିଜ ଆନାଲିଟିକାର ଗ୍ରାହକ ଥିଲା: ଖ୍ରୀଷ୍ଟୋଫର

ଲଣ୍ଡନ : ଭାରତର ପ୍ରମୁଖ ଜାତୀୟ ରାଜନୈତିକ ଦଳ କଂଗ୍ରେସ କେମ୍ବ୍ରିଜ୍‌ ଆନାଲିଟିକାର ଗ୍ରାହକ ଥିବା ସ୍ପଷ୍ଟ ହୋଇଛି। କେମ୍ବ୍ରିଜ୍‌ ଆନାଲିଟିକାର କଳା କାରନାମା ଉପରୁ ପରଦା ହଟାଇଥିବା ହୁଇସିଲ୍‌ ବ୍ଲୋୟର (ତଥ୍ୟ ପ୍ରଘଟକାରୀ) ଖ୍ରୀଷ୍ଟୋଫର ୱାଇଲି କହିଛନ୍ତି ଯେ କଂଗ୍ରେସ ଦଳ ଏହି କମ୍ପାନୀର ଗ୍ରାହକ ଥିଲା। ଖ୍ରୀଷ୍ଟୋଫର କହିଛନ୍ତି ଯେ ରାଜନୈତିକ ପରାମର୍ଶକାରୀ କମ୍ପାନୀ କେମ୍ବ୍ରିଜ୍‌ ଆନାଲିଟିକା (ସିଏ) ଭାରତରେ ଅନେକ ପ୍ରକଳ୍ପ ପାଇଁ କାମ କରୁଥିବାବେଳେ କଂଗ୍ରେସ ଏହାର ଗ୍ରାହକ ଥିବା ଅନୁମାନ କରାଯାଇଛି। ବ୍ରିଟିଶ ପାର୍ଲାମେଣ୍ଟର କମିଟି ନିକଟରେ ନିଜର ମତ ରଖି ସେ ଏହା କହିଛନ୍ତି। ଲେବର ପାର୍ଟିର ସଦସ୍ୟ ପଲ ଫାରଲେଙ୍କ ଏକ ପ୍ରଶ୍ନର ଉତ୍ତରରେ ଖ୍ରୀଷ୍ଟୋଫର କହିଥିଲେ ‘ମୋର ବିଶ୍ୱାସ କଂଗ୍ରେସ ସିଏର ଗ୍ରାହକ ଥିଲା। ସିଏ ଭାରତରେ ଆଞ୍ଚଳିକ ଓ ଜାତୀୟ ସ୍ତରରେ ସମସ୍ତ ପ୍ରକାର ପ୍ରକଳ୍ପ କାମ କରୁଥିଲା। ଆଞ୍ଚଳିକ କାର୍ଯ୍ୟ ସମ୍ପର୍କରେ ସମ୍ପର୍କରେ କିଛିଟା ମନେ ଅଛି; ମାତ୍ର ଜାତୀୟ କାର୍ଯ୍ୟ ସମ୍ପର୍କରେ କିଛି ମନେ ପକାଇ ପାରୁ ନାହିଁ।’ ଖ୍ରୀଷ୍ଟୋଫରଙ୍କ ଏପରି ଦାବି ଉପରେ କଂଗ୍ରେସ ତାର ପ୍ରତିକ୍ରିୟା ଦେବାକୁ ଥିବାବେଳେ ବିଜେପି ଏଥିପାଇଁ ଦଳଠାରୁ କ୍ଷମାପ୍ରାର୍ଥନା ଦାବି କରିଛି। କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ରବିଶଙ୍କର ପ୍ରସାଦ କହିଛନ୍ତି କେମ୍ବ୍ରିଜ ଆନାଲିଟିକା କଂଗ୍ରେସ ପାଇଁ କାମ କରୁଥିଲା ବୋଲି ଖ୍ରୀଷ୍ଟୋଫର ସ୍ପଷ୍ଟ କରିଛନ୍ତି। କଂଗ୍ରେସ ଓ ଏହାର ଅଧ୍ୟକ୍ଷ ରାହୁଲ ଗାନ୍ଧି ଏହି ଅଭିଯୋଗକୁ ପୂର୍ବରୁ ଖଣ୍ଡନ କରିଆସୁଥିଲେ। ଏବେ ଉଭୟ କଂଗ୍ରେସ ଓ ରାହୁଲ କ୍ଷମା ମାଗିବା ଦରକାର।
ଖ୍ରୀଷ୍ଟୋଫର ସିଏର ମୂଳ କମ୍ପାନୀ ଷ୍ଟ୍ରାଟେଜିକ କମ୍ୟୁନିକେସନ ଲିମିଟେଡ (ଏସସିଏଲ)ରେ କାମ କରୁଥିଲେ। ବ୍ରେକଜିଟ୍‌ ଜନମତ ଓ ଅନ୍ୟାନ୍ୟ ଦେଶର ନିର୍ବାଚନକୁ ପ୍ରଭାବିତ କରିବା ଭଳି କାମରେ ସିଏ ସମ୍ପୃକ୍ତ ରହିଥିଲା। କଂଗ୍ରେସ ସିଏର ଗ୍ରାହକ ଥିବା ନେଇ ଖ୍ରୀଷ୍ଟୋଫର ଯେଉଁ ଦାବି କରିଛନ୍ତି ସେ ସମ୍ପର୍କରେ ଆବଶ୍ୟକ ପ୍ରମାଣ ଯୋଗାଇ ଦେବାକୁ ଲେବର ପାର୍ଟି ସଦସ୍ୟ ଫାରଲେ କହିଛନ୍ତି।

Hot this week

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

Related Articles

Popular Categories