ଶୁକ୍ରବାର ଗୁଲାମ ନବୀଙ୍କ ଘରେ ବିରୋଧୀଙ୍କ ବୈଠକ

0

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍‌ଙ୍କ ଘରେ ଶୁକ୍ରବାର ବିଭିନ୍ନ ବିରୋଧୀ ଦଳ ମୁଖ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ଶୁକ୍ରବାର ସକାଳେ ୧୧ଟା ସମୟରେ ଏହି ବୈଠକ ଆରମ୍ଭ ହେବ । ସୂଚନା ଅନୁସାରେ ଏହି ବୈଠକରୁ ନୂଆ ରାଜନୈତିକ ସମୀକରଣ ଆରମ୍ଭ ହେବ। ଜଷ୍ଟିସ୍‌ ଲୋୟା ମୃତ୍ୟୁ ମାମଲାର ସ୍ୱତନ୍ତ୍ର ତଦନ୍ତ କରିବାକୁ ସୁପ୍ରିମକୋର୍ଟ ମନା କରିବା ସହ ଏହାକୁ ନେଇ ରାଜନୀତି ନକରିବାକୁ ପରାମର୍ଶ ଦେଇଥିଲେ । ମାତ୍ର କଂଗ୍ରେସ ବିରୋଧୀ ଦଳଙ୍କୁ ଏକାଠି କରି ସୁପ୍ରିମକୋର୍ଟଙ୍କ ଏହି ରାୟ ବିରୋଧରେ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତି ଚଳାଇଛି । ଏପରିକି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ଏହି ବୈଠକରେ ଆଲୋଚନା କରିବା ବୋଲି ଜାଣିବାକୁ ମିଳିଛି ।

Leave A Reply