www.samajalive.in
Sunday, December 7, 2025
14.1 C
Bhubaneswar

ବଡ଼ସାହିରେ କୋଭିଡ଼ ଔଷଧ ବିକ୍ରୀ ପାଇଁ ମିଳିଲା ଅନୁମତି ; ବିଶେଷଜ୍ଞ ନିଯୁକ୍ତି ପାଇଁ କଂଗ୍ରେସର ଦାବିପତ୍ର

ବଡ଼ସାହି : ମୟୂରଭଞ୍ଜର ୬ଟି ଦୋକାନକୁ କୋଭିଡ ଔଷଧ ବିକ୍ରୀ ଅନୁମତି ଏବଂ ସର୍ବାଧିକ ସଂକ୍ରମିତ ବଡ଼ସାହି ତାଲିକାରୁ ବାଦ ପଡ଼ିବାକୁ ନେଇ ଜନ ଅସନ୍ତୋଷ ଶୀର୍ଷକ ଖବର ‘ସମାଜ’ରେ ପ୍ରକାଶ ପାଇବା ପରେ ବଡ଼ସାହିରେ ଔଷଧ ବିକ୍ରହ ପାଇଁ ଅନୁମତି ମିଳିଛି। ଜିଲା ଡ୍ରଗ୍ସ ଇନିସପେକ୍ଟର ରୁଦ୍ର ନାରାୟଣ ସାହୁ ଶୁକ୍ରବାର ବଡ଼ସାହିର ଦୁର୍ଗା ମେଡ଼ିକାଲ ଷ୍ଟୋରକୁ ଏହି ଅନୁମତି ପ୍ରଦାନ କରିଥିବା ନେଇ ମୟୂରଭଞ୍ଜ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନର ବଡ଼ସାହି ଜୋନ କାର୍ଯ୍ୟକାରିଣୀ ସଦସ୍ୟା ସୁଷମା ଦାସ କହିଛନ୍ତି। ତତ୍‍ସହିତ ବେତନଟୀ, ବାଙ୍ଗିରିପୋଷି, ଝାରପୋଖରିଆ, ସାରଷକଣା ଓ ବିଶୋଇ ଗୋଟିଏ ଲେଖାଏଁ ଏବଂ ବାରିପଦାର ଆଉ ଅତିରିକ୍ତ ଗୋଟିଏ ଔଷଧ ଦୋକାନରେ ଏହି ଔଷଧ ଉପଲବ୍ଧ ହୋଇଛି ।  ରାଜ୍ୟ ଡ୍ରଗ୍ସ ନିୟନ୍ତ୍ରଣ ବିଭାଗ ପକ୍ଷରୁ କୋଭିଡ-୧୯ ଔଷଧ ବିକ୍ରୀ କରିବାକୁ ଅନୁମତି ମିଳିଥିବା ବେଳେ ହୋମ୍ ଆଇସୋଲେସନରେ ରହି ଚିକିତ୍ସାଧୀନ ଥିବା ଅତି ଗୁରୁତର ରୋଗୀଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଫାଭିପିରାଭିର ଟାବଲେଟ(୨୦୦/୪୦୦ଏମଜି) ଓ ରେମ୍ଡେସିଭିର ଇଞ୍ଜେକସନ ସର୍ତ୍ତମୂଳକ ବିକ୍ରି ପାଇଁ ଉଲ୍ଲେଖ ରହିଛି। ଘରୋଇ ବା ସରକାରୀ ମେଡିକାଲ ଡ଼ାକ୍ତର/ସ୍ପେସାଲିଷ୍ଟଙ୍କ ପ୍ରେସକ୍ରିପସନ୍ ଆଧାରରେ ଏହି ଔଷଧ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଏହି ଔଷଧ ସିଧାସଳଖ ରୋଗୀ କିମ୍ବା ତାଙ୍କ ସହଯୋଗୀଙ୍କୁ ପ୍ରଦାନ କରାଯାଇପାରିବ। ମାତ୍ର ଇଞ୍ଜେକସନ ନେବା ପାଇଁ ସରକାରୀ ବା ଘରୋଇ ଡାକ୍ତରଖାନା ଗୁଡିକରେ ଦିଆଯିବ। ଦୋକାନୀମାନେ ଏହି ପ୍ରେସକ୍ରିପସନର ଏକ ଜେରକ୍ସ କପି ନିଜ ପାଖରେ ରଖିବା ପରେ ରୋଗୀ ବା ତାଙ୍କ ସହଯୋଗୀଙ୍କର ବାସସ୍ଥାନ, ପ୍ରମାଣପତ୍ର, ଘୋଷଣାନାମା ଓ ମୋବାଇଲ ନମ୍ବର ଆଦି ସବିଶେଷ ବିବରଣୀ ରଖିବା ବାଧ୍ୟତା ମୂଳକ କରାଯାଇଛି।

ଅପରପକ୍ଷରେ କୋଭିଡ଼-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ସିଡ଼ିଏମଓ ତୁରନ୍ତ ବଡ଼ସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଲିଥିବା ଔଷଧ ବିଶେଷଜ୍ଞ ନିଯୁକ୍ତି ଦାବିରେ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବଡ଼ସାହି ଜୋନ ସଭାପତି ଶଶାଙ୍କ ଶେଖର କରଙ୍କ ନେତୃତ୍ୱରେ ଏହି ଦାବି ନେଇ ବଡ଼ସାହିର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ାକ୍ତର ସଞ୍ଜିବ କୁମାର ବୋଇତାଇଙ୍କ ସହିତ ଆଲୋଚନା ପରେ ସିଡ଼ିଏମଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories