www.samajalive.in
Friday, December 12, 2025
26.1 C
Bhubaneswar

ପିସିସି ପକ୍ଷରୁ ଆରମ୍ଭ ହେଲା ଓଡ଼ିଶା ଜାଗରଣ ଯାତ୍ରା

ଭୁବନେଶ୍ୱର : ରାଜ୍ୟ କଂଗ୍ରେସ ସାଧାରଣ ଲୋକଙ୍କ ସହ ସମ୍ପର୍କ ସୁଦୃଢ଼ କରିବା ପାଇଁ ଗୁରୁବାରଠାରୁ ଓଡ଼ିଶା ଜାଗରଣ ଯାତ୍ରା ଆରମ୍ଭ କରିଛି। ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜଧାନୀରୁ ବାଲେଶ୍ୱର ରେମୁଣା ଅଭିମୁଖେ ଜନ ଜାଗରଣ ଅଭିଯାନ ପାଇଁ ସଫଳତାର ବାର୍ତ୍ତା ଉଲ୍ଲେଖ ଥିବା ଏକ ସୁସଜ୍ଜିତ ଗାଡ଼ିରେ ବରିଷ୍ଠ ନେତୃମଣ୍ଡଳୀ ବସି ଯାତ୍ରା କରିଛନ୍ତି।
ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଜାଗରଣ ଯାତ୍ରାରେ ରାଜ୍ୟର ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀର ପଞ୍ଚାୟତ ଅତିକ୍ରମ କରିବ। ପ୍ରଥମ ଦଫାରେ ବାଲେଶ୍ୱର ଜିଲାର ରେମୁଣା,ବାଲେଶ୍ୱର ସଦର, ଭୋଗରାଇ, ଜଳେଶ୍ୱର ଓ ବସ୍ତା ବିଧାନସଭା ନିର୍ବାଚନମଣ୍ଡଳୀ ଗସ୍ତ କରି ସାଧାରଣ ଲୋକଙ୍କୁ କଂଗ୍ରେସ ସହ ଯୋଡ଼ିବାକୁ କଂଗ୍ରେସର ଅଭିନବ ପ୍ରୟାସ କରିଛି। ପ୍ରତ୍ୟେକ ପଞ୍ଚାୟତ ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କ ସମସ୍ୟା ସହ ଅବଗତ ହେବାର ସୁଯୋଗ ମିଳିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ବିଜେଡିର ସରକାରଙ୍କ ମୁଖ୍ୟମନ୍ତ୍ରୀ ରାଜଧାନୀରେ ବସି ଫଳକ ଉଦ୍‍ଘାଟନ କରୁଛନ୍ତି। କେନ୍ଦ୍ରର ମନ୍ତ୍ରୀ ଜନସାଧାରଣଙ୍କ ଅର୍ଥରେ ରାସ୍ତା ସାରା ପ୍ରଚାର ବୋର୍ଡ (ହୋର୍ଡିଂ) ଲଗାଇଛି। କଂଗ୍ରେସ ଲୋକଙ୍କ ଦୁଆରେ ପହଞ୍ଚି ତା’ର ଉତ୍ତରଦାୟିତ୍ୱ ନିର୍ବାହ କରିବାକୁ ଜନ ଜାଗରଣ ଅଭିଯାନ ଆରମ୍ଭ କରିଛି ବୋଲି ସେ କହିଛନ୍ତି। ଏହି ସୁସଜ୍ଜିତ ଗାଡିର ଆଗରେ ଓଡ଼ିଶା ଜାଗରଣ ଯାତ୍ରା ବୋଲି ଉଲ୍ଲେଖ ରହିଥିବାବେଳେ ପାର୍ଶ୍ବରେ କଂଗ୍ରେସର ସଂକଳ୍ପ ଆପଣଙ୍କ ବିକଳ୍ପ ବୋଲି ଉଲ୍ଲେଖ ରହିଛି। ଗାଡି ପଛରେ କଂଗ୍ରେସ ଅଛି ସାଥୀରେ ପ୍ରଗତି ଆମ ହାତରେ ବୋଲି ଆକର୍ଷଣୀୟ ସ୍ଳୋଗାନ ଲେଖାଯାଇଛି। କଂଗ୍ରେସ ନିର୍ବାଚନ ପୂର୍ବରୁ ସାଧାରଣ ଲୋକଙ୍କୁ ବିଜେଡି ଓ ବିଜେପି ସରକାରଙ୍କ ବିଫଳତା ଓ ପ୍ରଚାର ସର୍ବସ୍ୱ ବିକାଶ ରାଜନୀତି ସମ୍ପର୍କରେ ସାଧାରଣ ଲୋକଙ୍କ ନିକଟକୁ ଯାଇ ବୁଝାଇବ ବୋଲି ଶ୍ରୀ ପଟ୍ଟନାୟକ ଯାତ୍ରା ସମୟରେ କହିଛନ୍ତି।
ଏହି ଯାତ୍ରାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ, ଏଆଇସିସି ସମ୍ପାଦକ ରୁଦ୍ର ରାଜୁ, ପୂର୍ବତନ ବିଧାୟକ ଦେବାଶୀଷ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଛନ୍ତି।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories