www.samajalive.in
Friday, December 12, 2025
19.1 C
Bhubaneswar

ସୌରାଷ୍ଟ୍ରକୁ ହରାଇଲା ଓଡ଼ିଶା

କଟକ : ନୂଆଦିଲ୍ଲୀରେ ଚାଲିଥିବା ବିଜୟ ହଜାରେ ଟ୍ରଫି ଆନ୍ତଃରାଜ୍ୟ ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ୨ୟ ବିଜୟ ହାସଲ କରିଛି। ଗୁରୁବାର ଫିରୋଜଶାହା କୋଟ୍‍ଲା ଗ୍ରାଉଣ୍ଡରେ ଖେଳା ଯାଇଥିବା ଏଲିଟ୍‍ ଗ୍ରୁପ୍‍ ‘ବି’ ମ୍ୟାଚ୍‍ରେ ସୌରାଷ୍ଟ୍ରକୁ ୫୨ ରନ୍‍ରେ ଓଡ଼ିଶା ପରାସ୍ତ କରିଛି। ବିପ୍ଳବ ସାମନ୍ତରାୟଙ୍କ ଅର୍ଦ୍ଧଶତକ ପରେ ସ୍ପିନର ଚମତ୍କାର ବୋଲିଂକରି ଓଡ଼ିଶାକୁ ବିଜୟୀ କରିଛନ୍ତି। ବିପ୍ଳବଙ୍କ ୬୨ ରନ୍‍ ବଳରେ ପ୍ରଥମେ ବ୍ୟାଟିଂକରି ଓଡ଼ିଶା ୪୯.୨ ଓଭରରେ ୧୯୭ ରନ୍‍କରି ଅଲ୍‍ଆଉଟ ହୋଇ ଯାଇଥିଲା। ପରେ ଓଡ଼ିଶା ସ୍ପିନର ଚମତ୍କାର ବୋଲିଂ କରିବାରୁ ସୌରାଷ୍ଟ୍ର ୩୮.୪ ଓଭରରେ ୧୪୫ ରନ୍‍କରି ଅଲ୍‍ଆଉଟ ହୋଇ ଯାଇଥିଲା। ନକ୍‍ଆଉଟ ଦୌଡ଼ରୁ ବାଦ୍‍ ପଡ଼ିଥିବା ଓଡ଼ିଶା ୭ମ ମ୍ୟାଚ୍‍ରେ ୨ୟ ବିଜୟ ହାସଲକରି ୧୦ ପଏଣ୍ଟ ସହ ୯ଟି ଦଳଙ୍କ ମଧ୍ୟରେ ୭ମ ସ୍ଥାନରେ ରହିଛି। ଶନିବାର ହାଇଦରାବାଦ ବିପକ୍ଷରେ ୮ମ ତଥା ଅନ୍ତିମ ମ୍ୟାଚ୍‍ ଖେଳିବ।
ଟସ୍‍ ଜିତି ଓଡ଼ିଶା ବ୍ୟାଟିଂ ନେବା ପରେ ମାତ୍ର ୧୧ ରନ୍‍ରେ ଉଭୟ ଓପ୍‍ନରଙ୍କୁ ହରାଇଥିଲା। ରାଜେଶ ଧୁପର ୫ ଓ ରଣଜିତ ସିଂହ ୨ ରନ୍‍କରି ବିଦାୟ ନେଇଥିଲେ। ପରେ ଅଧିନାୟକ ଗୋବିନ୍ଦ ପୋଦ୍ଦାର ଓ ଯୁବ ବ୍ୟାଟ୍‍ସମ୍ୟାନ ଶାନ୍ତନୁ ମିଶ୍ର ୩ୟ ୱିକେଟ ପାଇଁ ୬୮ ରନ୍‍ ଯୋଡ଼ିଥିଲେ। ତେବେ ଅଳ୍ପ ବ୍ୟବଧାନରେ ଦୁହେଁ ଆଉଟ ହୋଇ ଯାଇଥିଲେ। ପୋଦ୍ଦାର ୬୫ ବଲ୍‍ରୁ ୪ଟି ଚୌକା ସହ ୩୩ ଏବଂ ଶାନ୍ତନୁ ୪୬ ବଲ୍‍ରୁ ୨ଟି ଚୌକା ସହ ୩୧ ରନ୍‍ କରିଥିଲେ। ୫ମ ୱିକେଟ ଭାଗିଦାରୀ ଓଡ଼ିଶା ପାଇଁ ଫଳପ୍ରସୂ ଥିଲା। ବିପ୍ଳବ ସାମନ୍ତରାୟ ଓ ଅଭିଷେକ ରାଉତ ୯୧ ରନ୍‍ ଯୋଗକରି ସ୍ଥିତି ସୁଧାରିଥିଲେ। ତେବେ ୩୨ ରନ୍‍ରେ ଓଡ଼ିଶା ଶେଷ ୫ଟି ୱିକେଟ ହରାଇ ୧୯୭ ରନ୍‍ରେ ଅଲ୍‍ଆଉଟ ହୋଇ ଯାଇଥିଲା। ଅଭିଷେକ ୭୪ ବଲ୍‍ରୁ ୩୬ ରନ୍‍ କରିଥିଲେ। ବିପ୍ଳବ ୭୯ ବଲ୍‍ରୁ ୨ଟି ଛକା ଓ ୩ଟି ଚୌକା ସହ ୬୨ ରନ୍‍ କରିଥିଲେ। ଶେଷଆଡ଼କୁ ଦୀପକ ବେହେରା ୧୦ ବଲ୍‍ରୁ ୨ଟି ଛକା ସହ ଦ୍ରୁତ ୧୯ ରନ୍‍ କରିଥିଲେ। ବାମହାତି ପେସ୍‍ ବୋଲର ଜୟଦେବ ଉନାଦ୍‍କତ ୩ଟି ଏବଂ ଧର୍ମେନ୍ଦ୍ର ସିଂହ ଜାଡ଼େଜା ଓ ୟୁବରାଜ ଚୂଡ଼ାସମା ୨ଟି ଲେଖାଏଁ ୱିକେଟ ପାଇଥିଲେ।
ସୌରାଷ୍ଟ୍ର ୧୯୮ ରନ୍‍ର ପିଛା କରିଥିବା ବେଳେ ଓଡ଼ିଶାର ପେସ୍‍ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ ରବିନ୍‍ ଉଥପ୍ପା (୭)ଙ୍କ ମହତ୍ତ୍ୱପୂର୍ଣ୍ଣ ୱିକେଟ ନେଇଥିଲେ। ସେଲ୍‍ଡନ ଜ୍ୟାକ୍‍ସନ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ଏବଂ ୨ୟ ୱିକେଟ ପାଇଁ ସମର୍ଥ ବ୍ୟାସଙ୍କ ସହ ୫୭ ରନ୍‍ ଯୋଗ କରିଥିଲେ। ବାମହାତି ସ୍ପିନର ପପ୍ପୁ ରାୟ ତାଙ୍କ ପ୍ରଥମ ଓଭରରେ ଜ୍ୟାକ୍‍ସନଙ୍କୁ ଆଉଟ କରିଥିଲେ। ଜ୍ୟାକ୍‍ସନ ୩ଟି ଛକା ଓ ୪ଟି ଚୌକା ସହ ୪୦ ରନ୍‍ କରିଥିଲେ। ବ୍ୟାସ ୧୯ ରନ୍‍ କରିଥିଲେ। ଓଡ଼ିଶାର ସ୍ପିନର ଚମତ୍କାର ବୋଲିଂ କରିବାରୁ ସୌରାଷ୍ଟ୍ର ୫୧ ରନ୍‍ରେ ଶେଷ ୬ଟି ୱିକେଟ ହରାଇ ଅଲ୍‍ଆଉଟ ହୋଇଥିଲା। ଅର୍ପିତ ବାସୱାଡ଼ା ୩୫ ଓ ପ୍ରେରକ ମଙ୍କଡ଼ ୧୦ ରନ୍‍ କରିଥିବା ବେଳେ ଓଡ଼ିଶା ପକ୍ଷରୁ ଗୋବିନ୍ଦ ପୋଦ୍ଦାର ୩ଟି ଓ ପପ୍ପୁ ରାୟ ୨ଟି ୱିକେଟ ନେଇଥିଲେ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories