www.samajalive.in
Friday, December 12, 2025
27.1 C
Bhubaneswar

ସହଜ ହେବ ଡେଙ୍ଗୁ ଓ ରକ୍ତକର୍କଟ ପରୀକ୍ଷା

ଭୁବନେଶ୍ୱର : ଏଣିକି ଡେଙ୍ଗୁଜ୍ୱର ଓ ରକ୍ତକର୍କଟ ରୋଗର ସଫଳ ଚିକିତ୍ସା ପାଇଁ ରକ୍ତ ପରୀକ୍ଷା ସହଜ ହେବ। ସେହିପରି ବିଭିନ୍ନ ଜଟିଳ ରକ୍ତଜନିତ ରୋଗର ନିଦାନ ଲାଗି ରକ୍ତ ଉପାଦାନ ପୃଥକୀକରଣ କରାଯାଇ ତାହାର ପରୀକ୍ଷା କରିବାକୁ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ କେନ୍ଦ୍ର(ଏମ୍‍ସ)ରେ ‘ରକ୍ତ ଉପାଦାନ ପୃଥକୀକରଣ କେନ୍ଦ୍ର’ ଉଦ୍‍ଘାଟିତ ହୋଇଯାଇଛି। ଏହି କେନ୍ଦ୍ରରେ ରେଡ୍‍ସେଲ୍‍, ଫ୍ରେସ୍‍ ଫ୍ରୋଜେନ୍‍ ପ୍ଲାଜ୍‍ମା, ପ୍ଲାଟେଲେଟ୍‍ କନ୍‍ସେଣ୍ଟ୍ରେଟ୍‍, କ୍ରାୟୋପ୍ରେସିପିଟେଟ୍‍ ଆଦି ବିଭିନ୍ନ ବର୍ଗ ରୋଗୀଙ୍କ ରକ୍ତ ପରୀକ୍ଷା କରାଯାଇପାରିବ। ଶିଶୁଙ୍କ ରକ୍ତ, ଆର୍‍ବିସି, ଲିଓକୋଡେପ୍ଲେଟେଡ୍‍ ଆର୍‍ବିସି ପରୀକ୍ଷା ସମେତ ଇମ୍ୟୁନୋହେମାଟୋଲୋଜିକାଲ୍‍ ସର୍ଭିସ୍‍ ପ୍ରଦାନ କରାଯିବ। ରୋଗୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ଲାଜ୍‍ମାଫେରେସିସ୍‍, ଲିଉକାଫେରେସିସ୍‍, ଷ୍ଟେମ୍‍ ସେଲ୍‍ ଫେରେସିସ୍‍, ଗ୍ରାନୁଲୋସିଟାଫୋରାସି୍‍, ଏରିଥ୍ରୋସିଟାଫେରଟେସିସ୍‍ ଆଦି ବ୍ୟବସ୍ଥା କରାଯାଇପାରିବ। ଉଦ୍‍ଘାଟନ ଉତ୍ସବରେ ଏମ୍‍ସ ନିର୍ଦେଶକ ପ୍ରଫେସର ବି.ଗୀତାଞ୍ଜଳି ଯୋଗଦେଇ ରୋଗୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା କ୍ଷେତ୍ରରେ ‘ରକ୍ତ ଉପାଦାନ ପୃଥକୀକରଣ କେନ୍ଦ୍ର’ସହାୟକ ହେବ ବୋଲି କହିଥିଲେ।
ରାଜ୍ୟରେ ଡେଙ୍ଗୁ ଓ ରକ୍ତକର୍କଟ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାର ସଫଳ ନିଦାନ ପାଇଁ ବ୍ୟବସ୍ଥା ରହିଥିଲେ ମଧ୍ୟ ବିଳମ୍ବରେ ରୋଗ ଚିହ୍ନଟ ହେଉଥିବାରୁ ରୋଗୀ ମୃତ୍ୟୁମୁଖରେ ପଡୁଥିବା ପରିଲକ୍ଷିତ ହେଉଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ରୋଗ ଚିହ୍ନଟ କରାଗଲେ ନିଦାନ ସହଜ, ସରଳ ଓ ସଫଳ ହେବ। ଏମ୍‍ସ ‘ରକ୍ତ ଉପାଦାନ ପୃଥକୀକରଣ କେନ୍ଦ୍ର’ରେ ଲାଗିଥିବା ଅତ୍ୟାଧୁନିକ ମେସିନ୍‍ ଦ୍ୱାରା ତ୍ୱରିତ ରକ୍ତଜନିତ ରୋଗ ଚିହ୍ନଟ ହୋଇପାରିବ ଓ ସଫଳ ଚିକିତ୍ସା କରାଯାଇପାରିବ ବୋଲି ଏମ୍‍ସ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories