www.samajalive.in
Saturday, December 6, 2025
16.1 C
Bhubaneswar

କେରଳର ୧୨ ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା; ଥିରୁଭାନନ୍ତପୁରମରୁ ଲଢ଼ିବେ ଶଶି ଥରୁର

ଥିରୁଭାନନ୍ତପୁରମ: କେରଳରେ ୩ୟ ପର୍ଯ୍ୟାୟରେ ଆସନ୍ତା ଏପ୍ରିଲ ୨୩ରେ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହେବ। କେରଳର ୨୦ ଲୋକ ସଭା ଆସନରୁ କଂଗ୍ରେସ ୧୬ଟି ଆସନରେ ନିର୍ବାଚନ ଲଢ଼ିବ। ଏହା ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୨ଟି ଆସନ ପାଇଁ ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ସେମାନଙ୍କ ମଧ୍ୟରୁ ୮ ଏମ୍‌ପିଙ୍କୁ ପୁନଃ ଟିକେଟ ମିଳିଛି, ମାତ୍ର ପୂର୍ବତନ କେନ୍ଦ୍ର ମନ୍ତ୍ରୀ କେ. ଭି. ଟମାସଙ୍କୁ ଏଥର ବାଦ୍‌ ଦିଆଯାଇଛି। ଅନ୍ୟ ୪ଟିରେ କଂଗ୍ରେସ ନେତୃତ୍ଵାଧୀନ ଦଳଗୁଡ଼ିକ ପକ୍ଷରୁ ପ୍ରାର୍ଥୀ ଦିଆଯିବ।

ଟମାସ ଏର୍ନାକୁଲମର ଏମପି ଥିଲାବେଳେ ତାଙ୍କ ସ୍ଥାନରେ ଯୁବ ବିଧାୟକ ହିବି ଏଡେନଙ୍କୁ ଟିକେଟ ପ୍ରଦାନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଥିରୁଭାନନ୍ତପୁରମ ଆସନରୁ ଶଶି ଥରୁର, ମାଭେଲିକେରା ଆସନରୁ କୋଡିକୁନିଲ ସୁରେଶ, କୋଝିକୋଡରୁ ଏମ.କେ. ରାଘବନ, ପାଥନମଥିଟ୍ଟା ଆସନରୁ ଆଣ୍ଟୋ ଆଣ୍ଟୋନୀ, କସରଗୋଡରୁ ରାଜମୋହନ ଉନ୍ନଥାନ, କନୁରରୁ କେ. ସୁଧାକରନ, ପଲାକ୍କଡରୁ ଭି.କେ. ଶ୍ରୀକାନ୍ତନ, ଅଲାଥୁରରୁ ରେମିୟା ହରିଦାସ, ଚଲାକୁଡିରୁ ବେନି ବେହନାନ, ଥ୍ରୀସୁରରୁ ଟି.ଏନ. ପ୍ରତପନ ଏବଂ ଇଡୁକ୍କିରୁ ଡିନ କୁରିଆକୋସଙ୍କୁ ଟିକେଟ ମିଳିଛି। ଅନ୍ୟପଟେ ଆଲାପୁଜା, ୱେନାଦ, ଆଟିଙ୍ଗଲ ଏବଂ ଭଡକରା ଆସନ ପାଇ ଆଜି ପ୍ରାର୍ଥୀ ଘୋଷଣା ହୋଇପାରେ। ତେବେ ରାଜ୍ୟ କଂଗ୍ରେସ ସଭାପତି ତଥା ଏମପି ମୁଲ୍ଲାପାଲୀ ରାମଚନ୍ଦ୍ରନ ଏବଂ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ଏଥର ନିର୍ବାଚନ ଲଢ଼ିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିସାରିଛନ୍ତି।

- Advertisement -

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories