ନୂଆଦିଲ୍ଲୀ: ସାଂସଦ ପାଣ୍ଠି ଅପବ୍ୟବହାର ଅଭିଯୋଗ କରି କଂଗ୍ରେସ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଇସ୍ତଫା ଦାବି କରିବା ସହ ତାଙ୍କ ନାଁରେ ଏତଲା ଦାୟର କରିବାକୁ ଦାବି କରିଛି। ଭାରତୀୟ ମହାଲେଖାଗାରଙ୍କ ୨୦୧୮ ମସିହା ରିପୋର୍ଟକୁ ଆଧାର କରି କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁରଜେଵାଲା ଏବଂ ଗୁଜୁରାଟ ବିଧାୟକ ଶକ୍ତି ସିଂହ ଗୋହିଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆହ୍ୱାନ ଦେଇ ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ପଦରୁ ବହିଷ୍କାର କରିବା ପାଇଁ ଦାବୀ କରିଛନ୍ତି। ଅଭିଯୋଗ ଅନୁଯାୟୀ, ସାଂସଦ ସ୍ମୃତି ଇରାନୀ କୌଣସି ଟେଣ୍ଡର ନ କରି ତାଙ୍କ ସାଂସଦ ପାଣ୍ଠିରୁ ୫କୋଟି ୯୩ଲକ୍ଷ ଟଙ୍କା ଦେଇଥିବା ବେଳେ କୌଣସି ପ୍ରମାଣ ନଥାଇ ୮୪କୋଟି ୫୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ପୂର୍ବରୁ ଏଭଳି ଅନିୟମିତତା ନେଇ ଆନନ୍ଦ ଜିଲ୍ଲାର ଜିଲ୍ଲାପାଳ ଗୁଜୁରାଟ ସରକାରଙ୍କଠାରେ ଅଭିଯୋଗ କରିଥିଲେ ଓ ଗୁଜୁରାଟ ବିଧାୟକ ଅମିତ ଚଢା ମଧ୍ୟ ଗୁଜୁରାଟ ଉଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି।
Popular Categories



