www.samajalive.in
Saturday, December 13, 2025
27.1 C
Bhubaneswar

ରାଜ୍ୟ ସରକାରଙ୍କୁ କଂଗ୍ରେସର ପରାମର୍ଶ: ଦିଲ୍ଲୀ ସରକାରଙ୍କୁ ଅନୁକରଣ କରନ୍ତୁ

ଭୁବନେଶ୍ୱର: ଦିଲ୍ଲୀ ମୁଖ୍ୟମନ୍ତ୍ରୀ  ମହାଶୟ ଡିଜେଲର ୩୦ % ଭ୍ୟାଟକୁ କମେଇ ୧୬.୭୫ % କୁ ନେଇଆସିବା ଫଳରେ ଆଜି ଡିଜେଲ ତୈଳଦର ମୂଲ୍ୟ ଲିଟର ପିଛା ୮ ଟଙ୍କା ୩୬ ପଇସା କମିଯାଇଛି।ଏହାଦ୍ୱାରା ଦିଲ୍ଲୀର ଜନସାଧାରଣ ଉପକୃତ ହେବେ ଏବଂ ସବୁ ସାମଗ୍ରୀର ମୂଲ୍ୟ କମିବ ଏତତବ୍ୟତୀତ ଅର୍ଥନୀତି ଅଭିବୃଦ୍ଧି ଘଟିବ ବୋଲି ପିସିସି ସଭାପତି ପ୍ରକାଶ କରିଛନ୍ତି। ଦିଲ୍ଲୀ  ଭଳି ଓଡିଶା ରାଜ୍ୟ ମଧ୍ୟ ଅର୍ଥନୈତିକ ସଙ୍କଟ ଭିତରେ ଗତି କରୁଛି। ବେକାରୀ ବେରୋଜଗାରୀ ବଢ଼ିଛି। ଲୋକଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇପଡିଛି। ଏଭଳି ଏକ କଠିନ ସମୟରେ ଦିଲୀ ସରକାର ଯେଉଁ ପଦକ୍ଷେପ ଗ୍ରହଣ କଲେ ଓଡିଶା ସରକାର ସେଭଳି କିଛି ନିଷ୍ପତି ନିଅନ୍ତୁ ବୋଲି  ପିସିସି ସଭାପତି କହିଛନ୍ତି। ଖାଲି ସେତିକି ନୁହେଁ,ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇ କହିଛନ୍ତି  ଏହିପରି ପଦକ୍ଷେପ ରାଜ୍ୟ ସରକାର ନେଲେ ଓଡ଼ିଶାର ଜନସାଧାରଣ ନିଶ୍ଚିତ ଭାବରେ ଉପକୃତ ହେବେ। ଓଡ଼ିଶାର ଅର୍ଥନୀତିକୁ ବିକାଶ ପଥରେ ଆଗେଇ ନେବାକୁ ଓଡ଼ିଶାର ଜନସାଧାରଣ ନିଶ୍ଚିତ ଉଦ୍ୟମ କରିବେ ଓ ରାଜ୍ୟରେ ଦରଦାମ କମେଇବା ପାଇଁ ସୁଯୋଗ ସୃଷ୍ଟି ହେବ ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories