www.samajalive.in
Saturday, December 6, 2025
17.1 C
Bhubaneswar

ଲକଡାଉନ ନିୟମ ଉଲ୍ଲଂଘନକାରୀଙ୍କୁ ପୁଲିସର ମାଡ଼, ଏନଏଚଆରସିରେ ପିଟିଶନ

ଭୁବନେଶ୍ଵର: ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ ସମୟରେ ଅନେକ ଲୋକ ବାହାରି ନିୟମ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳୁଛି। କିନ୍ତୁ ପୁଲିସ ଏହି ନିୟମ ଉଲ୍ଲଂଘନକାରୀଙ୍କୁ ଲାଠିରେ ଅମାନୁଷିକ ଭାବେ ମାଡ଼ ମାରୁଥିବା ଦେଖିବାକୁ ମିଳୁଛି। ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟରେ ବି ଏପରି ଘଟଣା ସାମ୍ନାକୁ ଆସୁଛି। ଏପରି କି ପୁଲିସ ଲୋକଙ୍କୁ ରାସ୍ତାରେ ବସ୍‌ଉଠ କରାଇବା ସହିତ ପୋଷ୍ଟର ଧରି ଛିଡ଼ା କରାଉଛି। ଏହାଦ୍ବାରା ସେମାନଙ୍କ ମାନବିକ ଅଧିକାର କ୍ଷୁଣ୍ଣ ହେଉଛି। ଏହାକୁ ଦୃଷ୍ଟିରେ ରଖି ଆଇନ ସେବା ସଂସ୍ଥା କ୍ଲାପ୍‌ ସଭାପତି ଡ. ବିକାଶ ଦାସ ଜାତୀୟ ମାନବାଧିକାର ଆୟୋଗ(ଏନଏଚଆରସି)ରେ ପିଟିଶନ ଦାଖଲ କରିଛନ୍ତି। ଏନଏଚଆରସି ଏହାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି।

ଡ. ଦାସ କହିଛନ୍ତି, ବଜାରରୁ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ଲାଗି ଲୋକଙ୍କୁ ବାହାରକୁ ଯିବା ପାଇଁ ସରକାର ଅନୁମତି ଦେଇଛନ୍ତି। ତେଣୁ ଲୋକମାନେ ଘରୁ ବାହାରୁଛନ୍ତି। ମାତ୍ର ପୁଲିସ ସେମାନଙ୍କୁ ଅତି ନିଷ୍ଠୁର ଭାବେ ମାଡ଼ ମାରିବା ସହିତ ସର୍ବସମ୍ମୁଖରେ ବସ୍‌ଉଠ କରାଉଛି। ଏହାର ଭିଡିଓ ଉତ୍ତୋଳନ କରାଯାଇ ସୋସିଆଲ ମିଡିଆରେ ଭାଇରାଲ କରାଯାଉଛି, ଯାହାଦ୍ବାରା ସମ୍ପୃକ୍ତ ବ୍ୟକ୍ତିଙ୍କର ମାନବିକ ଅଧିକାର କ୍ଷୁଣ୍ଣ ହେଉଛି। ସରକାର ଗୋଟିଏ ପଟେ ଲୋକଙ୍କୁ ସର୍ତ୍ତ ରଖି ଘରୁ ବାହାରିବାକୁ ଅନୁମତି ଦେଉଥିବାବେଳେ ପୁଲିସ ସେମାନଙ୍କୁ ମାଡ଼ ମାରୁଛି। ତେଣୁ ବିଭିନ୍ନ ରାଜ୍ୟରେ ପୁଲିସର ବ୍ୟବହାର ସମ୍ପର୍କରେ ଗାଇଡ୍‌ଲାଇନ ଜାରି କରିବା ସହିତ ସବୁ ରାଜ୍ୟର ଡିଜିପିଙ୍କୁ ଏ ନେଇ ନିର୍ଦେଶ ଦେବାକୁ ଦାସ ଏନଏଚଆରସିଙ୍କୁ ଅନୁରୋଧ କରିଛନ୍ତି। ଦାସ ଆହୁରି କହିଛନ୍ତି, ପୁଲିସ ନିକଟରେ କ୍ଷମତା ରହିଛି। ଯଦି କେହି ନିୟମ ଉଲ୍ଲଂଘନ କରୁଛନ୍ତି ବୋଲି ପୁଲିସ ହୃଦବୋଧ କରୁଛି, ତେବେ ପୁଲିସ କର୍ମଚାରୀମାନେ ଆଇନ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ। ପୁଲିସ ଉଲ୍ଲଂଘନକାରୀଙ୍କ ଗାଡ଼ି ଜବତ କରିବା ସହିତ ସେମାନଙ୍କୁ ଗିରଫ ମଧ୍ୟ କରିପାରିବ। କିନ୍ତୁ ସେମାନଙ୍କୁ ଏଭଳି ଅମାନୁଷିକ ଭାବେ ମାଡ଼ ମାରିବା, ବସଉଠ କରାଇବା ଉଚିତ ନୁହେଁ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories