ଭୁବନେଶ୍ୱର: ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗୁ ଗିରଫ କରିଛି କମିଶନରେଟ ପୁଲିସ। ୬ ରାଜ୍ୟରେ ଏମାନେ ଥିଲେ ମୋଷ୍ଟ ୱାଣ୍ଟେଡ୍। ଗୁଜରାଟ, ଓଡ଼ିଶା, ୟୁପି, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ମହାରାଷ୍ଟ୍ର, ରାଜସ୍ଥାନ ଅଞ୍ଚଳରେ ଆପାର୍ଟମେଣ୍ଟ ଲୁଟ୍ କରି ଆତଙ୍କ ଖେଳାଇଥିଲେ। ଡିସେମ୍ବର ୨୩ରେ ନିରୁପମା ଆପାର୍ଟମେଣ୍ଟରୁ ଲୁଟି ୧୩ ଲକ୍ଷ ଟଙ୍କା ଚୋରି କରି ଚମ୍ପଟ ମାରିଥିଲେ ଏହି ଗ୍ୟାଙ୍ଗ । ଚନ୍ଦକା, ଇନ୍ଫୋସିଟ, ଭରତପୁର, ମାଞ୍ଚେଶ୍ୱର ଥାନା ଅଂଚଳରେ ଥିବା ଆପାର୍ଟମେଣ୍ଟରୁ ଏହି ଗ୍ୟାଙ୍ଗ କଳାକନା ବୁଲାଇଥିଲା । ତେବେ ଗିରଫ ଅଭିଯୁକ୍ତମାନେ ବାହାର ରାଜ୍ୟର ହୋଇଥିବା ବେଳେ ଏମାନଙ୍କୁ ଧରିବା ପାଇଁ ସିସିଟିଭିରୁ ତଥ୍ୟ ମିଳିଥିଲା।
ରାଜ୍ୟ ବାହାରୁ ଆସି ସୁରକ୍ଷା ବ୍ୟବସ୍ଥା କମ ଥିବା ଆପାର୍ଟମେଣ୍ଟକୁ ଟାର୍ଗେଟ କରି ଲୁଟ୍ କରୁଥିବା ପୁଲିସ ସୂଚନା ଦେଇଛି। ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୁଲିସ। ସେମାନଙ୍କ ଠାରୁ ନଗଦ ୨ଲକ୍ଷ ଟଙ୍କା, ମୋବାଇଲ ଫୋନ୍ ଏବଂ ଅପରାଧରେ ବ୍ୟବହୃତ ଗାଡି ଜବତ ହୋଇଛି।



