www.samajalive.in
Saturday, December 6, 2025
14.1 C
Bhubaneswar

ଆକାଶ ପାଠକ ମାମଲା: ଟାଟା କର୍ତ୍ତୃପକ୍ଷଙ୍କୁ କମିଶନରେଟ ପୁଲିସର ଚିଠି

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଆଇଏଫଏସ ଅଫିସର ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ବିରୋଧରେ କମିଶନରେଟ ପୁଲିସ ପକ୍ଷରୁ ଜୋରଦାର ତନାଘନା ଚାଲିଛି। ଆକାଶ ଟାଟା ମୋଟର୍ସରେ ଚାକିରି କରି ନ ଥାଇ ମଧ୍ୟ ମିଥ୍ୟା ପରିଚୟ ଅନ୍ୟମାନଙ୍କଠାରୁ ଠକେଇ କରିଥିବା ଅଭିଯୋଗ ହୋଇଛି। ଏହାର ତଦନ୍ତ ଲାଗି କମିଶନରେଟ ପୁଲିସ ଟାଟା କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି।

ଖାରବେଳନଗର ଥାନା ପକ୍ଷରୁ ଏହି ଚିଠି ଲେଖାଯାଇଛି ଆକାଶ ଟାଟା ମୋଟର୍ସର ଏମଡି ଥିବା ପରିଚୟ ଦେଉଥିଲେ। ତେଣୁ ସେ ପ୍ରକୃତରେ ଏମଡି ଥିଲେ କି ନାହିଁ, ତାହାର ସତ୍ୟତା ଜାଣିବା ଲାଗି କମିଶନରେଟ୍‌ ପୁଲିସର ଖାରବେଳନଗର ଥାନା ପକ୍ଷରୁ ଚିଠି ଲେଖାଯାଇଛି। ଟାଟା କର୍ତ୍ତୃପକ୍ଷଙ୍କଠାରୁ ଉତ୍ତର ମିଳିବା ପରେ ପୁଲିସ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେବ ବୋଲି ସୂଚନା ମିଳିଛି।

- Advertisement -

ଉଲ୍ଲେଖଯୋଗ୍ୟ, ଅଭୟ ପାଠକ ଓ ଆକାଶ ପାଠକ ଲିଙ୍କରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଗତ ଗୁରୁବାର ରାତିରେ ଗିରଫ କରିଛି। ଆକାଶ ଯେଉଁ ଠକେଇ କରୁଥିଲେ ସେଥିରେ ପ୍ରଦୀପ ମଧ୍ୟ ସାମିଲ ଥିବା ଅଭିଯୋଗ ହୋଇଛି। ପ୍ରଦୀପଙ୍କ ଝିଅ ସହିତ ଆକାଶଙ୍କ ବିବାହ ହେବାର ଥିଲା। ତେବେ ଏହା ପୂର୍ବରୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆକାଶଙ୍କ ବାପା ତଥା ଆଇଏଫଏସ ଅଫିସର ଅଭୟ ପାଠକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ସେଥିରୁ ଆକାଶ ଏବଂ ପ୍ରଦୀପଙ୍କ ଲିଙ୍କ୍‌ ପଦାକୁ ଆସିଥିଲା।

ଆକାଶ ଟାଟା ମୋଟର୍ସର ଏମଡି ପରିଚୟ ଦେଇ ସ୍କାଏ କିଙ୍ଗ୍‌ ନାମକ ସଂସ୍ଥାକୁ ମଧ୍ୟ ଠକିଥିବା ଅଭିଯୋଗ ହୋଇଥିଲା। ସ୍କାଏ କିଙ୍ଗ ପକ୍ଷରୁ ଏ ନେଇ ଥାନାରେ ଅଭିଯୋଗ ହୋଇଛି। ସ୍କାଏ କିଙ୍ଗ୍‌କୁ ଆକାଶ ୬୫ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଦର୍ଶାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories