www.samajalive.in
Friday, December 5, 2025
20.1 C
Bhubaneswar

କମିଶନରେଟ ପୁଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତେନ୍ଦ୍ର ପଲେଇ ଆହତ

ଭୁବନେଶ୍ବର: ଦୁର୍ଦ୍ଦାନ୍ତ ଅପରାଧୀ ଜିତେନ୍ଦ୍ର ପଲେଇ ଓରଫ୍‌ ଜିତୁକୁ ଏନକାଉଣ୍ଟର କରିଛି କମିଶନରେଟ ପୁଲିସ। ଶନିବାର ବିଳମ୍ବିତ ରାତିରେ ବାଙ୍କୁଆଳ ନଦୀ ନିକଟରେ କମିଶନରେଟ ପୁଲିସର ସ୍ବତନ୍ତ୍ର ଦଳ ତାକୁ ଏନକାଉଣ୍ଟର କରିଛି। ଜିତୁର ବାମ ଗୋଡ଼ରେ ଗୁଳି ବାଜିଛି। ଆହତ ଜିତୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଏନେଇ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ।

ସୂଚନାଯୋଗ୍ୟ, ଜିତେନ୍ଦ୍ର ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି। ଅନୁଗୁଳ, କଟକ, ଖୋର୍ଦ୍ଧା, ପୁରୀ, ଭୁବନେଶ୍ୱର ଆଦି ବିଭିନ୍ନ ସ୍ଥାନରେ ଅନେକ ଅପରାଧ ଘଟାଇଛି ଜିତୁ। ବୋମା ମାଡ଼, ହତ୍ୟା, ଡ଼କାୟତି, ସୁପାରୀ କିଲିଂ ଭଳି ଅନେକ ମାମଲା ତା’ ନାଁରେ ରହିଛି । ଗତ ୧୭ ତାରିଖରେ ୪ନମ୍ବର ସ୍ଥିତ ସୁନା ଦୋକାନ ଶ୍ରୀ ଜୁଏଲର୍ସରେ ବୋମା ମାଡ଼ କରିଥିଲା ଜିତେନ୍ଦ୍ର।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories