www.samajalive.in
Saturday, December 6, 2025
19.1 C
Bhubaneswar

କ୍ରିପ୍ଟୋ କରେନ୍ସି ନାଁରେ ୩.୦୫ ଲକ୍ଷ ଟଙ୍କା ଠକେଇ

ସମ୍ବଲପୁର: ସମ୍ବଲପୁରରେ ଦିନକୁ ଦିନ ସାଇବର ଅପରାଧିକ ଘଟଣା ବୃଦ୍ଧି ପାଉଥିବା ବେଳେ ନିଷ୍କ୍ରିୟ ସାଇବର ପୁଲିସ ପାଇଁ ଜନତା ସର୍ବସ୍ୱାନ୍ତ ହେଉଛନ୍ତି। କିଛି ଦିନ ତଳେ ୨ ଜଣ ମହିଳା ଆଭାଷୀ କ୍ରିପ୍ଟୋ କରେନ୍ସି ନାମରେ ଲକ୍ଷାଧିକ ଟଙ୍କା ଠକେଇର ଶିକାର ହୋଇଥିବା ବେଳେ ପୁନର୍ବାର ଆଉ ଜଣେ ଯୁବକ ଲକ୍ଷାଧିକ ଟଙ୍କା ଠକେଇର ଶିକାର ହୋଇଛନ୍ତି। ପ୍ରଧାନପଡ଼ା ବୁଢ଼ାରଜା ନିବାସୀ କୁନାଲ ଠାକୁର(୩୦)ଙ୍କ ନିକଟକୁ ଏକ ଅଜଣା ନମ୍ବରରୁ କ୍ରିପ୍ଟୋ କରେନ୍ସିରେ ଜମା କରିଲେ ବହୁତ ଲାଭ ହେବ ବୋଲି ବିଶ୍ୱାସ ଦେଇଥିଲେ। ଫଳରେ ଗତ ମାସ ୨୧ ତାରିଖରୁ ଚଳିତ ମାସ ୨୩ ତାରିଖ ମଧ୍ୟରେ ପର୍ଯ୍ୟାୟକ୍ରମେ ଯୁବକ ଜଣକ ୩ ଲକ୍ଷ ୫ ହଜାର ଟଙ୍କା ଉକ୍ତ ସାଇବର ଠକ ନିକଟକୁ ଆଭାଷୀ ମାଧ୍ୟମରେ ଦିଲ୍ଲୀ ସ୍ଥିତ ଏକ ଆକାଉଣ୍ଟକୁ ପଠାଇଥିଲେ। ଇତି ମଧ୍ୟରେ ତାଙ୍କର କୌଣସି ଲାଭ ନ ହେବାରୁ ଟଙ୍କା ଫେରସ୍ତ ଓ ଲାଭ ପାଇଁ ପଚାରିବାରୁ ଉକ୍ତ ବ୍ୟକ୍ତି ସହିତ ତାଙ୍କର ଯୋଗାଯୋଗ କଟି ଯାଇଥିଲା। ଏଣୁ ସାଇବର ଠକେଇର ଶିକାର ହୋଇଥିବା ଜାଣି ପୀଡିତ ଯୁବକ ସାଇବର ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ସଂଖ୍ୟା ୮/୨୦୨୩ ରୁଜୁ କରି ଘଟଣାର ତଦନ୍ତ କରୁଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories