www.samajalive.in
Sunday, December 7, 2025
13.1 C
Bhubaneswar

ସମବାୟ ବ୍ୟାଙ୍କିଂ ସେବା ଓ ଋଣ କର୍ମଶାଳା

କଣ୍ଟାବାଞ୍ଜି: ମହାଖଣ୍ଡ ମଣ୍ଡି ପ୍ରାଙ୍ଗଣରେ ମହାଖଣ୍ଡ ସେବା ସମବାୟ ସମିତି ପକ୍ଷରୁ ସମିତିସ୍ତରୀୟ ସମବାୟ ବ୍ୟାଙ୍କିଂ ସେବା ଓ ଋଣ କର୍ମଶାଳା ଆୟୋଜିତ ହୋଇଯାଇଛି। ପେକ୍ସ ସମ୍ପାଦକ ସ୍ଵପ୍ନେଶ୍ଵର ବାରିକଙ୍କ ନେତୃତ୍ୱରେ ଆୟୋଜିତ ସଭାରେ ସମବାୟ ସମିତି ସଭାପତି ଚନ୍ଦ୍ରମା ବାରିକ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଗୋଜା କୁମ୍ଭାର, ଅତିଥି ସହକାରୀ ନିବନ୍ଧକ ଟିଟିଲାଗଡ ଖେମା ମାଝୀ ଭାବରେ ବିଡିସିସି ବ୍ୟାଙ୍କ ଶାଖା ପରିଚାଳକ ଯୋଗେଶ୍ୱର ମାଝୀ, ତୁରକେଲା ସୁପରଭାଇଜର ଦକ୍ଷରାଜ ମାଝୀ, ପୂର୍ବତନ ସରପଞ୍ଚ ରଞ୍ଜନ ଧରୁଆ, କଳାକାର ହରିଶ ଚନ୍ଦ୍ର ବାରିକ, ପ୍ରାଣୀ ବିଭାଗ ଏଲ. ଆଇ ମୋହନ ମାଝୀ, ବୋର୍ଡ ସଭ୍ୟ ଦେବାରଚନ୍ଦ ପୁଟେଲ, କୃଷକ ସାଥି ଦୁଃଖିଶ୍ୟାମ ବାରିକ ମଂଚାସୀନ ଥିଲେ। ସୁପରଭାଇଜର ବାର୍ଷିକ ବିବରଣୀ ପାଠ ଓ ଅତିଥି ପରିଚୟ କରିଥିଲେ। କଣ୍ଟାବାଞ୍ଜି ବିଡିସିସି ଶାଖା ପରିଚାଳକ ଯୋଗେଶ୍ୱର ମାଝୀ, ସମବାୟ ସମିତି ମାଧ୍ୟମରେ ବିନା ସୁଧରେ ଖୁଦ୍ର ଚାଷୀମାନଙ୍କୁ ଏକ ଲକ୍ଷ ଟଙ୍କା ଓ ଦୁଇ ପ୍ରତିଶତ ସୁଧରେ ବଡ ଚାଷୀମାନଙ୍କୁ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ ନେଇ ସରକାର ନେଇଥିବା ନିଷ୍ପତ୍ତି ବିଷୟରେ ଉପସ୍ଥିତ ଚାଷୀମାନଙ୍କୁ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ ସୁପରଭାଇଜର ଦକ୍ଷରାଜ ମାଝୀ ପରିଚାଳନା କରିଥିବା ବେଳେ, ପେକ୍ସ ସମ୍ପାଦକ ସ୍ଵପ୍ନେଶ୍ଵର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ସମବାୟ ସମିତି କର୍ମଚାରୀ ଲକ୍ଷ୍ମଣ ବାରିକ, ଥବିର ଭୋଇ, କୁମର ଖରସେଲ ସହଯୋଗ କରିଥିବା ବେଳେ, ଚାଷୀଙ୍କଠାରୁ ୨.୪୮ହଜାର ଟଙ୍କା ଋଣ ପରିଶୋଧ କରାଯାଇଥିବା ବେଳେ ତିନି ଜଣ ଚାଷୀଙ୍କୁ ୨.୬୧ହଜାର ଟଙ୍କା ଋଣ ଚେକ ଆକାରରେ ଦିଆଯାଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories