www.samajalive.in
Saturday, December 6, 2025
26.1 C
Bhubaneswar

କମିଲା ଗ୍ୟାସ ଦର ; ଉପକୃତ ହେବେ ବ୍ୟବସାୟୀ

ନୂଆଦିଲ୍ଲୀ : ଦେଶରେ ବ୍ୟବସାୟିକ ସିଲିଣ୍ଡର ଦାମ୍‍ ୧୦୦ ଟଙ୍କା ହ୍ରାସ ହୋଇଛି। ମାତ୍ର ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ନାହିଁ।  ସେପ୍ଟେମ୍ବର ୧ ରୁ ଦିଲ୍ଲୀରେ ଇଣ୍ଡିଆନର ୧୯ କେଜି ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୯୧.୫୦ ଟଙ୍କା,କଲକାତାରେ ୧୦୦,ମୁମ୍ବଇରେ ୯୨.୫୦, ଚେନ୍ନାଇରେ ୯୬ ଟଙ୍କା କମ୍‍ ହୋଇଛି। ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ମୂଲ୍ୟ ୧୯୭୬.୫୦ ପରିବର୍ତ୍ତେ ବର୍ତ୍ତମାନ ୧୮୮୫ ଟଙ୍କାରେ ମିଳିବ। ସେହିପରି କଲକାତାରେ ୨୦୯୫ ଟଙ୍କା ପରିବର୍ତ୍ତେ ୧୯୯୫.୫ ଟଙ୍କା,ମୁମ୍ବଇରେ ୧୮୪୪ ଓ ଚେନ୍ନାଇରେ ୨୦୪୫ ଟଙ୍କାରେ ମିଳିବ।
୧୪.୨ କିଲୋର ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଦେଶରେ ସିଲିଣ୍ଡର କମ୍ପାନୀ ପ୍ରତ୍ୟେକ ମାସର ପହିଲାରେ ସିଲିଣ୍ଡରର ଦାମ୍‍ ସ୍ଥିର କରିଥାଆନ୍ତି। ଅଗଷ୍ଟ ୧ରେ ବ୍ୟବସାୟିକ ସିଲିଣ୍ଡର ଦାମ୍‍ ୩୬ ଟଙ୍କା କମ୍‍ ହୋଇଥିଲା। ବ୍ୟବସାୟିକ ସିଲିଣ୍ଡର ବିଶେଷ କରି ହୋଟେଲ, ଖାଦ୍ୟ ବିକ୍ରି ହେଉଥିବା ଦୋକାନରେ ବ୍ୟବହାର ହୋଇଥାଏ। ତେଣୁ ବ୍ୟବସାୟୀ ମାନଙ୍କ ପାଇଁ ଏହା ଏକ ଆଶ୍ୱସ୍ତିକର ଖବର। ଲଗାତାର ୪ ମାସ ହେବ ବ୍ୟବସାୟିକ ସିଲିଣ୍ଡର ଦାମ୍‍ରେ ହ୍ରାସ ହୋଇଛି। ଗତ ଏପ୍ରିଲ ୧ରେ ଏହି ସିଲିଣ୍ଡରର ଦାମ୍‍ ୨୪୯.୫୦ ଟଙ୍କା ବୃଦ୍ଧି ହୋଇଥିଲା।
ସେହିପରି ଦେଶରେ ଘରୋଇ ସିଲିଣ୍ଡରର ମୂଲ୍ୟ ଜୁଲାଇ ପରଠାରୁ ହ୍ରାସ ହୋଇ ନାହିଁ। ଦିଲ୍ଲୀରେ ଘରୋଇ ସିଲିଣ୍ଡର ୧୦୫୩ ଟଙ୍କା, କଲକାତାରେ ୧୦୭୯, ମୁମ୍ବଇରେ ୧୦୫୨ ଟଙ୍କା, ଚେନ୍ନାଇରେ ୧୦୬୮ ଟଙ୍କାରେ ମିଳୁଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories