www.samajalive.in
Saturday, December 6, 2025
16.1 C
Bhubaneswar

ରଙ୍ଗ ଅନୁଯାୟୀ ଜାଣନ୍ତୁ ଆପଣଙ୍କ ବ୍ୟକ୍ତିତ୍ବ

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ବ୍ୟକ୍ତିଙ୍କ ମନପସନ୍ଦ ରଙ୍ଗରୁ ସେମାନଙ୍କ ବ୍ୟକ୍ତିତ୍ବ ଜଣାପଡିଥାଏ। ରଙ୍ଗ କ୍ରୁର ଗ୍ରହ ଓ ନକ୍ଷତ୍ରଙ୍କୁ ଜାତକରେ ଠିକ କରିବା ସହ ବ୍ୟକ୍ତିଙ୍କ ସ୍ବଭାବକୁ ପରିବର୍ତ୍ତନ କରିଥାଏ। ଆପଣ ନିଜର କିମ୍ବା ଅନ୍ୟ କାହାର ବ୍ୟକ୍ତିତ୍ବ ସମ୍ବନ୍ଧରେ ଜାଣିବାକୁ ଚାହୁଁଥିଲେ ପ୍ରଥମେ ନିଜର ମନପସନ୍ଦର ରଙ୍ଗ ଜାଣି ନିଅନ୍ତୁ। ତାପରେ ଆପଣ ବ୍ୟକ୍ତିତ୍ବକୁ ଖୁବ ସହଜରେ ଜାଣିପାରି​‌ବେ। ଆସନ୍ତୁ ଜାଣିବା ସେହି ସମ୍ବନ୍ଧରେ …

ଧଳା :

- Advertisement -

ଯେଉଁ ବ୍ୟକ୍ତିମାନଙ୍କୁ ଧଳା ରଙ୍ଗ ପସନ୍ଦ ସେମାନେ କାହାକୁ ନିଜ ବିଷୟରେ କିଛି ତଥ୍ୟ ଜାଣିବାକୁ ଦେଇ ନ ଥାଆନ୍ତି। ଏହାସହ ସେମାନେ ଯାହା ସହ ସମ୍ପର୍କରେ ରହିଥାଆନ୍ତି ତାହାକୁ ସୁଦୃଢ କରିବାକୁ ଭଲ ପାଆନ୍ତି। ଏମାନେ ସାହାସୀ ଅଟନ୍ତି।

ନୀଳ :

ନୀଳ ରଙ୍ଗ ପସନ୍ଦ ଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ କମ ରହିଥାଏ। କିନ୍ତୁ ଏମାନେ ନିଜ ସାଥୀଙ୍କ ସହ ସଚ୍ଚୋଟ ରହିଥାଆନ୍ତି।

ହଳଦିଆ :

ହଳଦିଆ ପସନ୍ଦ ଥିବା ବ୍ୟକ୍ତିମାନେ ଖୁବ ସରଳ ସ୍ବଭାବର ଅଟନ୍ତି। ଏମାନେ ବାପା ଓ ମା’ଙ୍କୁ ଜୀବନର ଗୁରୁ ବୋଲି ବାଛି ଥାଆନ୍ତି। ଏହି କାରଣୁ ଏମାନେ ବାପାମା’ଙ୍କ ପ୍ରିୟପାତ୍ର ହୋଇଥାଆନ୍ତି।

ନାରଙ୍ଗୀ :

ଏହି ରଙ୍ଗ ପସନ୍ଦ ଥିବା ବ୍ୟକ୍ତିମାନେ ସହନଶୀଳ ଅଟନ୍ତି। ଏମାନେ ନିଜର ଜୀବନ ସାଥୀଙ୍କ ପ୍ରତି ଖୁବ୍‌ ନିଷ୍ଠାବାନ ଅଟନ୍ତି। ଏହାସହ କର୍ମକ୍ଷେତ୍ରରେ ସଚ୍ଚୋଟତା ଦେଖାଇଥାଆନ୍ତି।

ଗୋଲାପୀ :

ଗୋଲାପୀ ରଙ୍ଗ ପସନ୍ଦ ଥିବା ବ୍ୟକ୍ତିମାନେ ଲାଜକୁଳା ସ୍ବଭାବର ଅଟନ୍ତି। ଏମାନେ କାହା ସାମ୍ନା​‌ରେ ନିଜର ମନକଥା ପ୍ରକାଶ କରିବାକୁ କୁଣ୍ଠାବୋଧ କରିଥାଆନ୍ତି। ଏହାସହ ଏହି ବ୍ୟକ୍ତିମାନେ ଧର୍ମକର୍ମ କରିବାକୁ ପସନ୍ଦ କରନ୍ତି।

କଳା :

ଏହି ରଙ୍ଗ ପସନ୍ଦ ଥିବା ବ୍ୟକ୍ତିମାନେ ସମସ୍ତ କାର୍ଯ୍ୟ କରିବା ପାଇଁ ସର୍ବଦା ତତ୍ପର ରହିଥାଆନ୍ତି। ସେମାନେ ସମସ୍ତଙ୍କ ସହହ ବନ୍ଧୁତ୍ବ କରିବାକୁ ଭଲ ପାଆନ୍ତି। ଏହାସହ କିଛି ବିଶେଷ ଗୁଣ ପାଇଁ ଏମାନେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରନ୍ତି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories