www.samajalive.in
Saturday, December 13, 2025
21.1 C
Bhubaneswar

ଶିକୁଳିପଦର ସ୍କୁଲ ପରିଦର୍ଶନ କଲେ ଜିଲ୍ଲାପାଳ

ମୋହନା : ରାଜ୍ୟ ସରକାରଙ୍କ ଦ୍ୱାରା ୫-ଟି ଅଧିନରେ ନିର୍ମାଣ ଚାଲିଥିବା ସ୍ମାର୍ଟ କ୍ଲାସ ଗୃହ ଓ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ଚାଲିଥିବା ମୋହନା ବ୍ଳକ ଅନ୍ତର୍ଗତ ଶିକୁଳିପଦର ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ।  ଏହି ବିଦ୍ୟାଳୟକୁ ରାଜ୍ୟ ସରକାର ୫-ଟି ଅଧୀନରେ ରୂପାନ୍ତରଣ ପାଇଁ ଘୋଷଣା କରିବା ପରେ ଦ୍ରୁତ ଗତିରେ ୪ ମାସ ହେଲା ଚାଲିଛି ବିଦ୍ୟାଳୟର ଉନ୍ନତିକରଣ । ସ୍ମାର୍ଟ କ୍ଲାସ ଗୃହ ,ବଗିଚା , ହାତ ଧୋଇବା ସ୍ଥାନ , ଶୌଚାଳୟ ଗୃହ ଆଦି ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ । କମ ଦିନ ମଧ୍ୟରେ ଏହା ଉଦଘାଟନ ହେବାକୁ ଥିବାରୁ ବାରମ୍ବାର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅନାମ ଚରଣ ପାତ୍ର ଗସ୍ତ କରି ଏହାର ତଦାରଖ କରୁଛନ୍ତି। ବିଦ୍ୟାଳୟରେ କିପରି କାମ ହେଇଛି ଏହାକୁ ଦେଖିବାକୁ ରବିବାର ଦିନ ଜିଲ୍ଲାପାଳ ଶ୍ରୀ ପଣ୍ଡା ଗସ୍ତ କରିଥିଲେ । ଏହି ଗସ୍ତ ସମୟରେ ସ୍ଥାନୀୟ ସରପଞ୍ଚ ରାଧିକା ଦଣ୍ଡସେନା, ସହକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ ଉପସ୍ଥିତ ରହିଥିଲେ । ଏହି କାମର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଛନ୍ତି ଯନ୍ତ୍ରୀ ହରେକୃଷ୍ଣ ସାହୁ । ଜିଲ୍ଲାପାଳ ଏହି ଗ୍ରସ୍ତ ସମୟରେ ପିଣ୍ଡିକି ସିଧେଶ୍ଵରୀ ମହିଳା ସଂଘକୁ ଦିଆଯାଇଥିବା ୨ଶହଟି କୁକୁଡ଼ା ପାଳନ କେନ୍ଦ୍ର ବୁଲି ଦେଖିଥିଲେ ।

Hot this week

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

Related Articles

Popular Categories