www.samajalive.in
Monday, December 15, 2025
26.1 C
Bhubaneswar

ଖାଦ୍ୟ ଖାଇବା ପରେ ତୁରନ୍ତ ପିଉଛନ୍ତି କି ଥଣ୍ଡାପାଣି ?

ଅନେକ ଲୋକଙ୍କ ଅଭ୍ୟାସ ଖାଦ୍ୟ ଖାଇବା ପରେ ଥଣ୍ଡା ପାଣି ପିଇବା। ଆପଣ ମଧ୍ୟ ଏଭଳି କରୁଛନ୍ତି କି? ଏଭଳି ଅଭ୍ୟାସ ଥିଲେ, ତୁରନ୍ତ ବଦଳାଇ ଦିଅନ୍ତୁ। ଆଜ୍ଞା ହଁ ଖାଦ୍ୟ ଖାଇବା ପରେ ଥଣ୍ଡା ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଥଣ୍ଡା ପାଣି ପିଇବା ଦ୍ୱାରା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପଡିଥାଏ। ରୋଗପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ। ଶରୀରର ସାଧାରଣ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ ରହିଥାଏ। ଏହି କାରଣରୁ ଆମ ଶରୀର ପାଇଁ ୨୦-୨୨ ଡିଗ୍ରୀ ସେଲସିୟସ ତାପମାତ୍ରା ବିଶିଷ୍ଟ ପାଣି ପିଇବା ଉଚିତ। ଅଧିକ ଥଣ୍ଡା ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇବା ସହ ଅନେକ ସମସ୍ୟା ସୃଷ୍ଟି କରିଥାଏ। ଜାଣନ୍ତୁ..
ଖାଦ୍ୟ ଖାଇବା ପରେ ତୁରନ୍ତ ଥଣ୍ଡା ପାଣି ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ଅଧିକ ଥଣ୍ଡାପାଣି ପିଇବା ଦ୍ୱାରା ଅନ୍ତନଳୀ ଉପରେ କୁପ୍ରଭାବ ପକାଇଥାଏ। କୋଷ୍ଠକାଠିନ୍ୟ ସମସ୍ୟା ଲାଗି ରହୁଥିଲେ ଥଣ୍ଡାପାଣି ପିଅନ୍ତୁ ନାହିଁ।
ଖାଦ୍ୟ ଖାଇବା ପରେ ତୁରନ୍ତ ଥଣ୍ଡାପାଣି ପିଇବା ଦ୍ୱାରା ଏହା ହୃଦୟ ଜନିତ ସମସ୍ୟା ସୃଷ୍ଟି କରିବା ସହ ହୃଦୟ ଜନିତ ରୋଗ ହେବାର ମୁଖ୍ୟ କାରଣ। ଏକ ଅଧ୍ୟୟନ ଅନୁଯାୟୀ ଖାଦ୍ୟ ଖାଇବା ପରେ ଥଣ୍ଡା ପାଣି ଚା’ ପିଇବା ହୃଦୟ ଜନିତ ରୋଗ ସୃଷ୍ଟି ହେବାର ମୁଖ୍ୟକାରଣ।
ଖାଦ୍ୟ ଖାଇବା ପରେ ତୁରନ୍ତ ଥଣ୍ଡା ପାଣି ପିଇବା ଦ୍ୱାରା ଏହା ଖାଦ୍ୟ ସହ ମିଶି ଶରୀରରେ ଥିବା ଏସିଡିଟି ସମ୍ପର୍କରେ ଆସିବା ଦ୍ୱାରା ଫ୍ୟାଟ୍‍ ରେ ପରିବର୍ତ୍ତିତ ହୋଇଥାଏ। ଯାହା ମୋଟାପଣ ବୃଦ୍ଧି କରିଥାଏ। ଅନେକ ଗମ୍ଭୀର ରୋଗ ହେବାର କାରଣ ଖାଦ୍ୟ ଖାଇବା ପରେ ଥଣ୍ଡା ପାଣି ପିଇବା।
ଏପରି କରିବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ। ଫଳରେ ଆପଣ ସହଜରେ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି। ଥଣ୍ଡା,କାଶ,ଜ୍ୱର ଲାଗି ରହିଥାଏ।
ଖାଦ୍ୟ ଖାଇବା ପରେ ତୁରନ୍ତ ଥଣ୍ଡାପାଣି ପିଇବା ଦ୍ୱାରା କାର୍ଯ୍ୟ କରିବାର ଇଚ୍ଛା ଶକ୍ତି ହ୍ରାସ ପାଇଥାଏ। ଥକ୍କାପଣ ଅନୁଭବ ହୋଇଥାଏ। ପେଟ ଜନିତ ଅନେକ ସସମ୍ୟା ସୃଷ୍ଟି କରିଥାଏ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories