www.samajalive.in
Sunday, December 7, 2025
26.1 C
Bhubaneswar

ମହୌଷଧୀ ଶ୍ରୀଫଳ

ଜର୍ମାନୀର ବିଶେଷଜ୍ଞ ଦଳ ଆମ ଦେଶୀ ଫଳ ‘ନଡ଼ିଆ’ ଉପରେ ଗବେଷଣା କରିବା ପରେ ଏହାକୁ ଏକ ଚମତ୍କାରୀ ଫଳ ଭାବେ ଘୋଷଣା କରିଛନ୍ତି। ଉପକୂଳ ଅଞ୍ଚଳରେ ଉତ୍ତମ ଭାବେ ବଢ଼ୁଥିବା ନଡ଼ିଆ ଗଛର ଶ୍ରୀଫଳ କୌଣସି ମହୌଷଧିଠାରୁ କମ୍ ନୁହେଁ ପ୍ରାଚୀନ ଭାରତୀୟ ବିଶେଷଜ୍ଞମାନେ ଅନେକ ବର୍ଷ ପୂର୍ବରୁ ସ୍ପଷ୍ଟ କରିଛନ୍ତି। ତେବେ ଗତ କିଛି ବର୍ଷ ମଧ୍ୟରେ ଅନ୍ୟାନ୍ୟ ଫଳ ତୁଳନାରେ ନଡ଼ିଆର ଲୋକପ୍ରିୟତା ସାମାନ୍ୟତମ ହ୍ରାସ ପାଇଥିଲା।
ଭାରତର ବିଭିନ୍ନ ପ୍ରାନ୍ତର ଲୋକେ କେଶ ଝଡ଼ା ନିମନ୍ତେ ‘କାଲିଫର୍ଣ୍ଣିଆ ଆଲମଣ୍ଡ’ ଖାଇବାକୁ ଅଧିକ ଗୁରୁତ୍ବ ଦେଉଥିବାବେଳେ ନଡ଼ିଆ ଯେ ଏହାକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିବ, ସେକଥା ସମ୍ପୂର୍ଣ୍ଣ ଭାବେ ପାସୋରି ଯାଇଛନ୍ତି। ଗବେଷକ ଦଳର ମୁଖ୍ୟ ଏଲିନ୍ ସିପେରାଙ୍କ ମତରେ, ପ୍ରତ୍ୟେକ ଲୋକେ ନିୟମିତ ଭାବେ ନଡ଼ିଆ ଖାଇବା ଖୁବ୍ ଉପକାରୀ।
ଏଥିରେ ଥିବା ବିଭିନ୍ନ ପ୍ରକାର ତତ୍ତ୍ବ ଶରୀରର କୋଲଷ୍ଟୋରେଲ୍‌କୁ ନିୟନ୍ତ୍ରଣ କରିବା ସହ ତୁରନ୍ତ ଶକ୍ତି ଯୋଗାଇଥାଏ। ଏଣୁ ଖେଳାଳିମାନେ ବିଭିନ୍ନ ପ୍ରକାର ଦାମୀ ପାନୀୟ ପିଇବା ବଦଳରେ ନଡ଼ିଆ ପାଣି ପିଇବା ହିତକାରୀ।
ନଡ଼ିଆରେ ଥିବା ‘ଲାଉରିକ୍ ଏସିଡ୍’ ହୃଦ୍‌ଯନ୍ତ୍ର ପାଇଁ ଖୁବ୍ ଭଲ। ଏହା ସହ ମେଦବହୁଳ ରୋଗୀ ନଡ଼ିଆ ଖାଇଲେ ସେମାନଙ୍କ ଚର୍ବି ଶୀଘ୍ର କମ୍ ହୋଇଥାଏ ବୋଲି ବିଭିନ୍ନ ପରୀକ୍ଷାରୁ ଜଣାପଡ଼ିଛି।
ମଧୁମେହ ରୋଗୀଙ୍କୁ ‘ଲୋ ଗ୍ଲାଇସେମିକ୍ସ ଇଣ୍ଡେକ୍ସ’ ଯୁକ୍ତ ଖାଦ୍ୟପାନୀୟ ସେବନ କରିବାକୁ ପରାମର୍ଶ ଦିଆଯାଏ। ନଡ଼ିଆକୁ ସେମାନେ ନିଜ ଭୋଜନରେ ସାମିଲ କରାଇବା ଏଥି ନିମନ୍ତେ ହିତକାରୀ।
ବିଭିନ୍ନ ପ୍ରକାର ସଂକ୍ରମଣରୁ ରକ୍ଷା କରିବା ନିମନ୍ତେ ସମସ୍ତ ପ୍ରକାର ପୋଷକ ତତ୍ତ୍ବ ଏଇ ଶ୍ରୀଫଳରେ ଅଛି। ଆମ ଦେଶରେ କେବଳ କେରଳବାସୀ ବର୍ତ୍ତମାନ ପର୍ଯ୍ୟନ୍ତ ନଡ଼ିଆ ତେଲର ଉପଯୋଗ କରିଆସୁଛନ୍ତି। ଅନ୍ୟପ୍ରାନ୍ତରେ ‘ଭର୍ଜିନ୍ ଅଲିଭ ତେଲ୍’, ‘ରିଫାଇନ୍ ତେଲ’ର ଲୋକପ୍ରିୟତା ବଢ଼ିଚାଲିଥିଲାବେଳେ ସେମାନେ କିନ୍ତୁ ଶୁଦ୍ଧ ନଡ଼ିଆ ତେଲର ଉପଯୋଗ କରି ସୁସ୍ଥ ଜୀବନ ଅତିବାହିତ କରୁଛନ୍ତି। ଭାରତର ଅନ୍ୟ ପ୍ରାନ୍ତ ତୁଳନାରେ କେରଳରେ ହୃଦ୍‌ରୋଗୀଙ୍କ ସଂଖ୍ୟା ଅପେକ୍ଷାକୃତ କମ୍ ବୋଲି ସର୍ବେକ୍ଷଣରୁ ଜଣାପଡ଼ିଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories