www.samajalive.in
Monday, December 15, 2025
26.1 C
Bhubaneswar

ହ୍ରାସ ପାଇଲା କୋକୋଆ ଉତ୍ପାଦନ, ବଢ଼ିବ ଚକୋଲେଟ ଦାମ୍‌

ନୂଆଦିଲ୍ଲୀ: ଚକୋଲେଟ ତିଆରି ପାଇଁ ବ୍ୟବହାର ହେଉଥିବା କଞ୍ଚାମାଲ କୋକୋଆ ଉତ୍ପାଦନ ହ୍ରାସ ପାଇଥିବାରୁ ଚକୋଲେଟ ଦାମ୍‌ ବଢ଼ିବା ନେଇ ଆଶା କରାଯାଉଛି। କୋକୋଆ ପଶ୍ଚିମ ଆଫ୍ରିକୀୟ ଅଞ୍ଚଳରେ ସର୍ବାଧିକ ଉତ୍ପାଦନ ହେଉଥିବା ବେଳେ ପ୍ରଥମ ଥର ପାଇଁ ଉତ୍ପାଦନ ହ୍ରାସ ପାଇଛି। ଫଳରେ ଆନ୍ତର୍ଜାତିକ ସ୍ତରରେ କୋକୋଆ ମୂଲ୍ୟ ପ୍ରାୟ ତିନିଗୁଣା ବଢ଼ିଛି।

ମାର୍ଚ୍ଚରେ ପ୍ରଥମ ଥର ପାଇଁ କୋକୋଆ ମୂଲ୍ୟ ଟନ୍‌ ପ୍ରତି ସର୍ବାଧିକ ୧୦ ହଜାର ଡଲାର ଟପିଛି। ତେଣୁ କୋକୋଆର ଆଗାମୀ ଉତ୍ପାଦନ ପର୍ଯ୍ୟନ୍ତ ମୂଲ୍ୟ କମିବା ଆଶା ନାହିଁ। ତେବେ କ୍ୟାଡ୍‌ବରୀ ନିର୍ମାତା ମୋନ୍‌ଡେଲେଜ୍‌, ନେଷ୍ଟଲି ଇଣ୍ଡିଆ, ହାର୍ସେ ଏବଂ ପାର୍ଲେ ଭଳି ଅଗ୍ରଣୀ ଚକୋଲେଟ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ କୋକୋଆ ଉତ୍ପାଦନ ହ୍ରାସ ପାଇଥିଲେ ହେଁ ଏହା ଏତେ କମ୍‌ ହୋଇନାହିଁ ଯେ ମୂଲ୍ୟ ଏତେ ବୃଦ୍ଧି ପାଇବ। ବଜାରରେ କୋକୋଆର କୃତ୍ରିମ ଅଭାବ ସୃଷ୍ଟି କରାଯାଇ କଳାବଜାରୀ କରାଯାଉଛି ବୋଲି ପାର୍ଲେର ଉପାଧ୍ୟକ୍ଷ ମୟଙ୍କ ଶାହ କହିଛନ୍ତି। ଗତ ୬୦ ବର୍ଷ ମଧ୍ୟରେ ଏଭଳି ବଜାର ସଙ୍କଟ ପ୍ରଥମ ଥର ପାଇଁ ହୋଇଛି।

- Advertisement -

ଗତ ବର୍ଷ ଉତ୍ପାଦନ ୭୪ ହଜାର ଟନ୍‌ କମ୍‌ ହୋଇଥିବା ବେଳେ ୨୦୨୩-୨୪ରେ ୩.୭୪ ଲକ୍ଷ ଟନ୍‌ କମ୍‌ ଉତ୍ପାଦନ ହୋଇଛି। ତେବେ ମେ ପରେ ଚକୋଲେଟ ଦାମ୍‌ ବଢ଼ିବା ନେଇ ଚିନ୍ତା କରାଯାଉଥିବା ପାର୍ଲେର ଶ୍ରୀ ଶାହ କହିଛନ୍ତି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories