ଆଗରୁ ଜାଣିଥିଲେ ସରକାର! ସୁପ୍ରିମକୋର୍ଟଙ୍କ ରାୟର ୩ ଦିନ ପୂର୍ବରୁ ୧୦ ହଜାର ନିର୍ବାଚନୀ ବଣ୍ଡ ଛାପାକୁ ମଞ୍ଜୁରି

ଡେସ୍କ: ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡକୁ ଅସାମ୍ବିଧାନିକ ଘୋଷଣା କରିବାର ତିନି ଦିନ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ ୧୦ ହଜାର ବଣ୍ଡ ଛାପିବାକୁ ମଞ୍ଜୁରୀ ଦେଇଥିଲା। ୧ କୋଟି ଟଙ୍କାର ୧୦ ହଜାର ନିର୍ବାଚନୀ ବଣ୍ଡ ଛାପିବା ପାଇଁ ମନ୍ତ୍ରଣାଳୟ ସିକ୍ୟୁରିଟି ପ୍ରିଣ୍ଟିଂ ଆଣ୍ଡ ମିଣ୍ଟିଂ କର୍ପୋରେସନ୍ ଅଫ୍ ଇଣ୍ଡିଆକୁ ଚୂଡ଼ାନ୍ତ ଅନୁମୋଦନ ଦେଇଥିଲା।

ଖରାଦିନେ ବେଲପତ୍ର ଖାଇଲେ ମିଳିଥାଏ ଏହି ଲାଭ..

ସୂଚନା ଅନୁଯାୟୀ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଦୁଇ ସପ୍ତାହ ପରେ ଅର୍ଥ ମନ୍ତ୍ରଣାଳୟ ଫେବ୍ରୁଆରି ୨୮ରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କକୁ ତୁରନ୍ତ ନିର୍ବାଚନୀ ବଣ୍ଡ ଚାପିବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

୨୦୨୪ ଫେବୃଆରୀ ୧୫ରେ ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡକୁ ଅସାମ୍ବିଧାନିକ ଘୋଷଣା କରିଥିଲେ। ଏହାର ୩ ଦିନ ପୂର୍ବରୁ ଅର୍ଥାତ ଫେବୃଆରୀ ୧୨ରେ ୧୦ ହଜାର ବଣ୍ଡ ଛାପିବା ପାଇଁ ଅନୁମୋଦନ ଦିଆଯାଇଥିଲା।

Comments are closed.