www.samajalive.in
Sunday, December 7, 2025
26.1 C
Bhubaneswar

ମହନ୍ତ ନରେନ୍ଦ୍ର ଗିରିଙ୍କୁ ଶେଷ ଦର୍ଶନ କଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ; ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣକଲେ

ପ୍ରୟାଗରାଜ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିବଂଗତ ମହନ୍ତ ନରେନ୍ଦ୍ର ଗିରିଙ୍କର ଶେଷ ଦର୍ଶନ କରିବା ସହିତ ତାଙ୍କ ଆତ୍ମା ପ୍ରତି ଗଭୀର ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମହନ୍ତଙ୍କ ଅକାଳ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ଧାର୍ମିକ ଓ ରାଜନୈତିକ ନେତୃବୃନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ଅଖିଳ ଭାରତ ଆଖଡା ପରିଷଦର ଅଧ୍ୟକ୍ଷ ଥିବା ମହନ୍ତ ନରେନ୍ଦ୍ର ଗିରିଙ୍କର ପ୍ରୟାଗରାଜସ୍ଥିତ ବାଘମ୍ବରି ମଠରେ ସୋମବାର ଦିନ ଅସ୍ୱାଭାବିକ ମୃତ୍ୟୁ ଘଟିଥିଲା। ପୁଲିସ ସୂତ୍ରରୁ ପ୍ରକାଶ ଯେ ମହନ୍ତଙ୍କ ଶିଷ୍ୟମାନେ ତାଙ୍କ ଶରୀର ଘରର ସିଲିଂରୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଉକ୍ତ ଘରୁ ସାତ-ଆଠ ପୃଷ୍ଠାର ଏକ ହାତଲେଖା ନୋଟ ଜବତ କରାଯାଇଛି ଏବଂ ତାହାକୁ ମହନ୍ତଙ୍କ ଆତ୍ମହତ୍ୟା ପୂର୍ବ ସ୍ୱୀକାରନାମା ବୋଲି କୁହାଯାଉଛି। ମହନ୍ତଙ୍କ ମୃତ୍ୟୁ ପରେ ଉତ୍ତର ପ୍ରଦେଶ ପୁଲିସ ତାଙ୍କର ଜଣେ ଶିଷ୍ୟଙ୍କୁ ଅଟକ ରଖି ପଚରା ଉଚରା କରିବା ସହିତ ଘଟଣାର ପୂର୍ଣ୍ଣାଙ୍ଗ ଯାଞ୍ଚ ଆରମ୍ଭ କରିଛନ୍ତି।
ସୂଚନାଯୋଗ୍ୟ ଯେ ଅଖିଳ ଭାରତ ଆଖଡା ପରିଷଦ ଦେଶରେ ସାଧୁମାନଙ୍କର ସର୍ବବୃହତ ସଂଗଠନ ଭାବରେ ବିଚେଚିତ ହେଉଛି। ଗଣମାଧ୍ୟମ ନିକଟରେ ପ୍ରକାଶ କରି ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ମହନ୍ତ ନରେନ୍ଦ୍ର ଗିରିଙ୍କ ଅସମୟ ଦେହାବସାନରେ ପ୍ରତ୍ୟେକଙ୍କୁ ଆଘାତ ଲାଗିଛି। ଏକ ୫ ଜଣିଆ ଡାକ୍ତରୀ ଦଳ ମୃତଦେହ ବ୍ୟବଚ୍ଛେଦ କରିବେ ଏବଂ ତାହାପରେ ବିଧିପୂର୍ବକ ତାଙ୍କୁ ସମାଧି ଦିଆଯିବ। ଇତିମଧ୍ୟରେ ମହନ୍ତଙ୍କ ମୃତ୍ୟୁର ତଦନ୍ତ ସିବିଆଇ ଦ୍ୱାରା କରାଇବା ଦାବି ନେଇ ଆଲ୍ଲାହାବାଦ ହାଇକୋର୍ଟରେ ଏକ ଯାଚିକା ଦାଏର କରାଯାଇଛି। ଆଇଜୀବୀ ସୁନିଲ ଚୌଧରୀ ଏହି ଯାଚିକା ଦାଏର କରିଛନ୍ତି। ସେ କହିଛନ୍ତି, ଯେଉଁଭଳି ପରିସ୍ଥିତିରେ ମହନ୍ତଙ୍କ ମୃତଦେହ ମିଳିଥିଲା ତାହା ଘୋର ସନ୍ଦେହ ସୃଷ୍ଟି କରିଛି ଏବଂ ତାହାର ଉପଯୁକ୍ତ ତଦନ୍ତ ହେବା ଆବଶ୍ୟକ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories