www.samajalive.in
Saturday, December 6, 2025
16.1 C
Bhubaneswar

ବିଶ୍ୱକୁ ଏକ ପରିବାର ଭାବେ ବିଶ୍ୱାସ କରେ ମହିମା ଧର୍ମ – ମୁଖ୍ୟମନ୍ତ୍ରୀ

ଢେଙ୍କାନାଳ : ଦେବଭୂମି ଓଡିଶା,ପୁଣ୍ୟଭୂମି ଓଡିଶା। ମହିମା ଧର୍ମ ଯୋରନ୍ଦା ମାଟିକୁ ପବିତ୍ର ଓ ପ୍ରସିଦ୍ଧ କରିଛି। ଏ ମାଟିରେ ଆପଣମାନଙ୍କ ସହ ମିଶି ବହୁତ ଖୁସି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଢେଙ୍କାନାଳ ମହିମାଗାଦି ଗସ୍ତରେ ଯାଇ ପ୍ରକଳ୍ପର ଶିଳାନ୍ୟାସ କରି ନିଜ ଉଦ୍‌‌ବୋଧନରେ ଏପରି କହିଛନ୍ତି। ଜୟ ମହିମା ଅଲେଖରୁ ମୁଖ୍ୟମନ୍ତ୍ରୀ ନିଜର ଉଦ୍‌‌ବୋଧନ ଆରମ୍ଭ କରିଛନ୍ତି। ସେବା, ଜଗତକଲ୍ୟାଣର ମହିମା ଧର୍ମ ବାର୍ତ୍ତା ଦିଏ। ବିଶ୍ୱକୁ ଏକ ପରିବାର ଭାବେ ବିଶ୍ୱାସ କରେ ମହିମା ଧର୍ମ। ମହାନ ସନ୍ଥ ଭୀମ ଭୋଇଙ୍କ ବାର୍ତ୍ତା ଆମ ସମସ୍ତଙ୍କ ପାଇଁ ପ୍ରେରଣା। ଭାରତର ଧାର୍ମିକ ପର୍ଯ୍ୟଟନ ମାନଚିତ୍ରରେ ଯୋରନ୍ଦା ସ୍ଥାନ ପାଇବ।ଏହି ଅବସରରେ ମାଘ ମେଳା ପାଇଁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଢେଙ୍କାନାଳର ମହିମାଗାଦି ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମହିମାଗାଦିରେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ମହିମାଧର୍ମର ସାଧୁସନ୍ଥ ସ୍ୱାଗତ କରି ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ଦେଇଥିଲେ। ଢେଙ୍କାନାଳ ଯୋରନ୍ଦା ସ୍ଥିତ ମହିମାଗାଦିର ଉନ୍ନତି ପାଇଁ ୧୧୨ କୋଟି ଟଙ୍କା ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି। ମନ୍ଦିର ସାଙ୍ଗକୁ ପୀଠର ବିଭିନ୍ନ ଉନ୍ନତିକରଣ ପାଇଁ ୧୧୨ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ଯୋରନ୍ଦାଗାଦିରେ ପହଞ୍ଚିଥିଲେ। ଏହି ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ, ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସ୍ଥାନୀୟ ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲୋ ମହିମାଗାଦିରେ ଭବ୍ୟ ମନ୍ଦିର ନିର୍ମାଣ ଓ ବିଭିନ୍ନ ମନ୍ଦିରର ଉନ୍ନତିକରଣ ପାଇଁ ୧୧୨ କୋଟି ଟଙ୍କା ପ୍ରକଳ୍ପ ସମେତ ଓ ରାଜ୍ୟର ମୋଟ୍‌‌ ୮୧ଟି ମହିମା ପୀଠ ପାଇଁ ୧୬୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଆଗାମୀ ୩ ବର୍ଷ ମଧ୍ୟରେ ଏହି ସବୁ ପ୍ରକଳ୍ପ ଶେଷ ହେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories