www.samajalive.in
Saturday, December 6, 2025
16.1 C
Bhubaneswar

ବେଦାନ୍ତ ଆଶ୍ରମ ପିଠାଧୀଶଙ୍କ ଦେହାନ୍ତ

ଗୁଣୁପୁର: ରାୟଗଡା ଜିଲ୍ଲା ଗୁଣୁପୁର କରାବାଙ୍କସ୍ଥିତ ବେଦାନ୍ତ ଆଶ୍ରମର ପିଠାଧୀଶ ତଥା ପ୍ରତିଷ୍ଠାତା ସ୍ଵାମୀଜୀ ଶ୍ରୀ ବିଦ୍ୟାନନ୍ଦ ସାଗର ମହାରାଜ(୭୨)ଙ୍କର ଶୁକ୍ରବାର ସକାଳେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ସେ ଗଜପତି ଜିଲ୍ଲା କାଶୀନଗର ନିକଟସ୍ଥ କିଡିଗାଁରେ ଥିବା ଶାଖା ଆଶ୍ରମରେ ରହିଥିଲେ । ଦେହାନ୍ତ ପରେ ତାଙ୍କ ମର ଶରୀରକୁ ଗୁଣୁପୁର ବେଦାନ୍ତ ଆଶ୍ରମକୁ ଅଣାଯାଇଥିଲା ।

ଯୁବାବସ୍ଥାରେ ସେ ରାଜସ୍ଥାନର ଆଜମିର ପୁଷ୍କର ତୀର୍ଥରେ ଗୁରୁ ଶ୍ରୀ ମନୋହର ସାଗରାନନ୍ଦଙ୍କଠାରୁ ଶିଷ୍ୟତ୍ୱ ଗ୍ରହଣ କରି ଧର୍ମ ଓ ଶାସ୍ତ୍ର ତଥା ଆଧ୍ୟାତ୍ମିକତା ସମ୍ପର୍କରେ ଗଭୀର ଜ୍ଞାନ ଆହରଣ କରିଥିଲେ । ଗୁରୁଦେବଙ୍କ ନିର୍ଦ୍ଦେଶରେ ଅବିଭକ୍ତ କୋରାପୁଟ ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶାରେ ହିନ୍ଦୁ ଧର୍ମର ପ୍ରଚାର ପ୍ରସାର, ଗୋମାତାଙ୍କ ଉପାସନା ଓ ସୁରକ୍ଷା, ଆଦି ଶଙ୍କରାଚାର୍ଯ୍ୟଙ୍କ ମତର ପ୍ରଚାର, ବେଦର ବ୍ୟାଖ୍ୟା, ବିଭିନ୍ନ ପୂଜାପଦ୍ଧତି, କର୍ମକାଣ୍ଡ, ବୈଦିକ ମନ୍ତ୍ର ପାଠ ଓ ଏହାର ଉପାଦେୟତା, ଯଜ୍ଞର ଆୟୋଜନ, ଗାଁ ଗାଁରେ ଧର୍ମସଭାର ଆୟୋଜନ, ଭାଗବତ ପାଠ, ସତସଙ୍ଗ ଭଳି ଭଗବତ କାର୍ଯ୍ୟରେ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିଲେ । ୧୯୮୬ ମସିହାରେ କରାବାଙ୍କଠାରେ ଏକ ମଠ ପ୍ରତିଷ୍ଠା କରି ଏସବୁ ଆଧ୍ୟାତ୍ମିକ ବିଚାର ଓ କାର୍ଯ୍ୟକ୍ରମ ସଫଳ ରୂପାୟନ କରୁଥିଲେ । ବର୍ତ୍ତମାନ ତାଙ୍କ ପ୍ରଚେଷ୍ଟାରେ ସଙ୍ଗମ ଘାଟଠାରେ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ପୀଠ, ଶଙ୍କରାଚାର୍ଯ୍ୟ ଉପାସନା, ଗାୟତ୍ରୀ ଉପାସନା, ଯଜ୍ଞ ମଣ୍ଡପ, ଗୋଶାଳା, ନବାଗତ ବ୍ରାହ୍ମଣଙ୍କ ପୂଜାପାଠ, ହୋମ ଯଜ୍ଞ ଶିଖିବାପାଇଁ ପାଠଶାଳା ପ୍ରଭୃତି ରହିଛି । ପ୍ରତ୍ୟେକ ସଂକ୍ରାନ୍ତିରେ ଏଠାରେ ଯଜ୍ଞ ଅନୁଷ୍ଠିତ କରାଇବା, ବିଭିନ୍ନ ପୂଜା ପାର୍ବଣରେ ବିଶେଷ ପୂଜା ଉପାସନା, ମନ୍ତ୍ରପାଠ, ବେଦ ଧ୍ୱନୀ ଓ ପ୍ରସାଦ ସେବନ ପାଇଁ ଏହି ପୀଠର ବିଶେଷ ଭୂମିକା ରହିଛି । ଦକ୍ଷିଣ ଓଡିଶା ସମେତ ପଡୋଶୀ ଆନ୍ଧ୍ରପ୍ରଦେଶରୁ ଶ୍ରଦ୍ଧାଳୁମାନେ ସ୍ବାମୀଜୀଙ୍କ ଅନୁଗାମୀ ହୋଇପାରିଥିଲେ । ଏହି ଦୁଃଖଦ ଖବର ପାଇ ବହୁ ସଂଖ୍ୟକ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ସ୍ୱାମୀଜୀଙ୍କ ଶେଷ ଦର୍ଶନ କରିଛନ୍ତି । ପୁରୀଠାରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ କରାଯାଇ ପବିତ୍ର ଚିତାଭସ୍ମରେ ଆଶ୍ରମ ପରିସରରେ ସମାଧି ପୀଠ କରାଯିବ ବୋଲି ଜଣାପଡିଛି ।

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

Related Articles

Popular Categories