ଆଜି ଦୁର୍ଘଟଣାସ୍ଥଳକୁ ଯିବେ ମୁଖ୍ୟମନ୍ତ୍ରୀ
ଏସ୍ଆର୍ସି କାର୍ଯ୍ୟାଳୟରେ ସ୍ଥିତି ଅନୁଧ୍ୟାନ
ଡେସ୍କ : ବାଲେଶ୍ବର କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହାକୁ ଅତ୍ୟନ୍ତ ମର୍ମନ୍ତୁଦ ଘଟଣା କହି ଶନିବାର ଘଟଣାସ୍ଥଳ ପରିଦର୍ଶନ କରିବେ ବୋଲି କହିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଆହତଙ୍କ ଉତ୍ତମ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା ସୁନିଶ୍ଚିତ କରାଯାଉଛି ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପରିଚାଳନା କଣ୍ଟ୍ରୋଲ ରୁମରେ ପହଞ୍ଚି ସମସ୍ତ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଆହତଙ୍କୁ ତୁରନ୍ତ ଡାକ୍ତରଖାନା ପହଞ୍ଚାଇ ବହୁମୂଲ୍ୟ ଜୀବନ ସୁରକ୍ଷିତ କରିବା ପ୍ରାଥମିକତା ରହିଛି ବୋଲି କହିଛନ୍ତି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ରେଳ ଦୁର୍ଘଟଣା ନେଇ ସ୍ଥିତି ଅନୁଧ୍ୟାନ କରିଛି । ଘଟଣା ଅତି ଦୁଃଖଦାୟକ। ଆହତ ଯାତ୍ରୀଙ୍କୁ ହସ୍ପିଟାଲରେ ପହଞ୍ଚାଇ ସେମାନଙ୍କ ଜୀବନ ବଞ୍ଚାଇବା ଆମର ପ୍ରଥମ ପ୍ରାଥମିକତା। ସେ (ଆଜି) ଶନିବାର ଦୁର୍ଘଟଣାସ୍ଥଳକୁ ଯାଇ ସମ୍ପୂର୍ଣ୍ଣ ସ୍ଥିତିର ସମୀକ୍ଷା କରିବେ ବୋଲି କହିଥିଲେ।
Comments are closed.