www.samajalive.in
Saturday, December 6, 2025
15.1 C
Bhubaneswar

ବାଲେଶ୍ବର ବିକାଶ ମୋ ଦାୟିତ୍ବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ଡିଜିଟାଲ ପ୍ରଚାର କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବାଲେଶ୍ୱରବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଯେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ପାଇଁ ବହୁ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରାନ୍ତୁ। ବାଲେଶ୍ବର ବିକାଶ ମୋ ଦାୟିତ୍ବ। ବିଜେପୁର ପରି ବାଲେଶ୍ୱର ଦାୟିତ୍ୱ ନେବି। ବାଲେଶ୍ବର ବିକାଶକୁ ପରବର୍ତ୍ତୀ ସ୍ତରକୁ ନିଆଯିବ, ସ୍ବତନ୍ତ୍ର ଧ୍ୟାନ ଦିଆଯିବ। ମୁଁ ଜାଣେ ମୋ ପ୍ରତି ଆପଣଙ୍କର ବହୁତ ଭଲ ପାଇବା ଅଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଁ ବାଲେଶ୍ବର ଯାଇପାରି ନାହିଁ। ମୁଁ ଆଜି ବାଲେଶ୍ବର ଯାଇଥିଲେ ଆପଣମାନେ ବହୁ ସଂଖ୍ୟାରେ ଆସିଥାନ୍ତେ। ମୁଁ ଆପଣଙ୍କ ଜୀବନକ୍ୁ ବିପଦରେ ପକାଇବାକୁ ଚାହଁୁନାହିଁ। କୋଭିଡ୍‌ ସ୍ଥିତି ସ୍ବାଭାବିକ ହେଲେ ବାଲେଶ୍ବର ଯିବି। ରେବତୀ ଗଳ୍ପ ମୋତେ ବହୁତ ଭଲ ଲାଗେ ଓ ଫକୀରମୋହନ ସେନାପତି ମୋର ପ୍ରିୟ ଲେଖକ। ବାଲେଶ୍ୱର ଆସିଲେ ମୁଁ ଫକୀର ମୋହନ ସେନାପତିଙ୍କୁ ମନେପକାଏ। ମୁଁ ତାଙ୍କୁ ବହୁତ ମାନେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ଆଜିକୁ ୨୧ ବର୍ଷ ତଳେ ମହାବାତ୍ୟା ହୋଇଥିଲା। ଆଜିର ଦିନକୁ ଓଡ଼ିଶାବାସୀ କେବେ ଭୁଲିପାରିବେ ନାହିଁ। ବନ୍ୟା, ବାତ୍ୟାବେଳେ ଲୋକଙ୍କ ଜୀବନ ପ୍ରାଥମିକତା। ଲୋକଙ୍କ ଜୀବନ ବଞ୍ଚାଇବା ଆମର ପ୍ରଥମ ଲକ୍ଷ୍ୟ। ମୁଁ ଆପଣମାନଙ୍କ ଜୀବନକୁ ବିପଦରେ ପକାଇବାକୁ ଚାହୁଁନାହିଁ। ମୁଁ ଆପଣଙ୍କ ସହିତ ସବୁବେଳେ ଅଛି। କୋଭିଡ୍‌ ସ୍ଥିତି ସ୍ବାଭିବିକ ହେଲେ ମୁଁ ନିଶ୍ଚୟ ବାଲେଶ୍ବର ଯିବି ବୋଲି ବାଲେଶ୍ବର ଉପନିର୍ବାଚନ ପାଇଁ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍‌ ପ୍ରଚାର ଅବସରରେ କହିଛନ୍ତି। ବାଲେଶ୍ବର ବିକାଶ କଥା ସେ ନିଜେ ବୁଝିବେ କହିଲେ ମୁଖ୍ୟମନ୍ତ୍ରୀ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories