www.samajalive.in
Wednesday, November 19, 2025
29.1 C
Bhubaneswar

ଅକ୍ଷୟ କୁମାରଙ୍କ ‘ଲକ୍ଷ୍ମୀ ବମ୍’ ହେଲା ‘ଲକ୍ଷ୍ମୀ’

ମୁମ୍ବଇ :  ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍’ର ନାମ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ଏହାର ନାମ କେବଳ ‘ଲକ୍ଷ୍ମୀ’ ରଖାଯାଇଛି। ସୋସିଆଲ ମିଡିଆରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍’କୁ ନେଇ ବିବାଦ ଦେଖା ଦେଇଥିଲା। ଅନେକେ ସମୟରେ ଏହାର ନାମ ବଦଳାଇବା ପାଇଁ ଦାବି ହେଉଥିଲା। ଯଦିଓ ଏହି ଚଳଚ୍ଚିତ୍ରର ଟ୍ରେଲରକୁ ଦର୍ଶକଙ୍କ ଠାରୁ ବହୁତ ସମର୍ଥନ ମିଳିଛି, ତେବେ ଲୋକମାନେ ଫିଲ୍ମର ନାମକୁ ବିରୋଧ କରୁଛନ୍ତି | ଫିଲ୍ମରେ ଅକ୍ଷୟ କୁମାରଙ୍କ ଟ୍ରାନ୍ସଜେଣ୍ଡର ଲୁକ୍ ବହୁତ ଆକର୍ଷଣୀୟ ଦେଖାଯାଉଛି |

ଗୁରୁବାର ଫିଲ୍ମର ନିର୍ଦ୍ଦେଶକ ରାଘବ ଲରେନ୍ସ ସିବିଏଫସି କାର୍ଯ୍ୟାଳୟରେ ପହଞ୍ଚି ସେନ୍ସର ସାର୍ଟିଫିକେଟ୍ ଏବଂ ଫିଲ୍ମର ପ୍ରି-ସ୍କ୍ରିନିଂ ଶେଷ କରିଥିଲେ। ନିର୍ମାତାମାନେ ସେମାନଙ୍କ ସହ ପରାମର୍ଶ କରିବା ପରେ ଫିଲ୍ମର ନାମ ପରିବର୍ତ୍ତନ କରିଛନ୍ତି। ଦର୍ଶକଙ୍କ ଭାବନାକୁ ଦୃଷ୍ଟିରେ ରଖି ଫିଲ୍ମର ନିର୍ମାତା ଶାବିନା ଖାନ, ତୁଷାର କପୁର ଏବଂ ଅକ୍ଷୟ କୁମାର ଏହାର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

- Advertisement -

ସୂଚନା ଯୋଗ୍ୟ ଅକ୍ଷୟ କୁମାର ଏବଂ କିଆରା ଆଡଭାନୀଙ୍କ ଅଭିନୀତ ହରର୍-କମେଡି ଚଳଚ୍ଚିତ୍ରର ନାମ ଏବେ ‘ଲକ୍ଷ୍ମୀ’ ରଖାଯାଇଛି। ଏହି ଫିଲ୍ମ ନଭେମ୍ବର ୯ ରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବ। କେପ୍ ଅଫ୍ ଗୁଡ୍ ଫିଲ୍ମସ୍, ତୁଷାର ଏଣ୍ଟରଟେନମେଣ୍ଟ ହାଉସ୍ ଏବଂ ଶାବିନା ଏଣ୍ଟରଟେନମେଣ୍ଟ ଦ୍ୱାରା ଏହା ନିର୍ମିତ ହୋଇଛି।

Hot this week

ରଣଜୀ ଟ୍ରଫି : ଓଡିଶାର ପ୍ରଥମ ବିଜୟ

ଭୁବନେଶ୍ୱର:ରଣଜୀ ଟ୍ରଫିରେ ଚଳିତ ସିଜନରେ ଓଡିଶାର ପ୍ରଥମ ବିଜୟ ହୋଇଛି। ନାଗାଲାଣ୍ଡକୁ...

ଶପଥ ନେବେ ନୀତିଶ : ବଦଳିଲା ସମୟ

ସମାଜ ଲାଇଭ ଡ଼େସ୍କ : ଆସନ୍ତାକାଲି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ...

ସାପ କାମୁଡା ମୃତ୍ୟୁ ପାଇଁ ୧୦ ଲକ୍ଷ !

ଭୁବନେଶ୍ଵର: ସାପ କାମୁଡା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି ୧୦ ଲକ୍ଷକୁ...

ମାରି​ଦେଲା ଚିପ୍ସ ପ୍ୟାକେଟ୍ ଖେଳନା

ବାଲିଗୁଡ଼ା: ଏମିତି ବି ଆସେ ମୃତ୍ୟୁ। ବାଲିଗୁଡା ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ...

ଶୀତ ଦିନେ ଗୁଡ ଖାଇଲେ ମିଳିବ ଅନେକ ଫାଇଦା

ସମାଜ ଲାଇଭ ଡ଼େସ୍କ : ଶୀତଦିନ ଆସିବା ସହିତ ଗୁଡ଼ ବଜାରରେ...

Related Articles

Popular Categories