www.samajalive.in
Saturday, December 6, 2025
14.1 C
Bhubaneswar

ଜଗତସିଂହପୁରରେ ନବୀନଙ୍କ ପ୍ରଚାର

ଜଗତସିଂହପୁର: ଅସନ୍ତା ଜୁନ ୧ ତାରିଖରେ ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ବିଜେଡି ପକ୍ଷରୁ ପ୍ରଚାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ସୋମବାର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲାରେ ମାରାଥନ ପ୍ରଚାର କରିଛନ୍ତି। ଜଗତସିଂହପୁର ଷ୍ଟାଡିୟମରେ ଆୟୋଜିତ ଜନସମାବେଶରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ବିଜେଡି ସରକାରର ବିଭିନ୍ନ ଯୋଜନା ବିଷୟରେ ଜନସାଧାରଣଙ୍କୁ ପଚାରି ବୁଝିଥିଲେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ), ଲକ୍ଷ୍ମୀ ବସ୍‌‌ ଯୋଜନା, ମଧୁବାବୁ ପେନ୍‌‌ସନ, ଛାତ୍ରବୃତ୍ତି ଆଦି ଯୋଜନା ଭଲ କି ବୋଲି ମୁଖ୍ୟମନ୍ତ୍ରୀ ପଚାରିଥିଲେ। ଏହା ସହିତ ସେ ବିଜେଡିକୁ ଯୋଡ଼ି ଶଙ୍ଖରେ ଭୋଟ ଦେଇ ବିଜୟୀ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।

ସଭାରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସମେତ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ଏବଂ ସାଂସଦ ପ୍ରାର୍ଥୀ ଉପସ୍ଥିତ ଥିଲେ। ପାଣ୍ଡିଆନ ମଧ୍ୟ ଜନସମାବେଶରେ ଯୋଗଦେଇଥିବା ଲୋକଙ୍କୁ ଉଦ୍‌‌ବୋଧନ ଦେବା ସହିତ ସରକାରଙ୍କ ଜନହିତକର ଯୋଜନା ବିଷୟରେ କହିଥିଲେ। ଏହା ସହିତ ବିରୋଧୀଙ୍କୁ ଟାର୍ଗେଟ ମଧ୍ୟ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories