www.samajalive.in
Monday, December 8, 2025
24.1 C
Bhubaneswar

ପରୀ ହତ୍ୟା ପ୍ରସଙ୍ଗରେ ହୁଲୁସ୍ତୁଲ ବିଧାନସଭା, ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ନୟାଗଡ଼ ପରୀ ହତ୍ୟା ପ୍ରସଙ୍ଗରେ ଗତ ତିନିଦିନ ହେବ ବିଧାନସଭା ଭିତରେ ଓ ବାହାରେ ପ୍ରବଳ ବିରୋଧ ଲାଗି ରହିଥିବା ବେଳେ ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ସଭ୍ୟମାନେ ପ୍ଲା-କାର୍ଡ ଧରି ଗୃହ ମଧ୍ୟଭାଗକୁ ଆସି ପ୍ରଦର୍ଶନ କରିଥିଲେ। କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଓ ପରୀ ହତ୍ୟା ମାମଲାର ସିବିଆଇ କିମ୍ବା ଏସଆଇଟି ତଦନ୍ତ ନେଇ ବିରୋଧୀ ସଦସ୍ୟମାନେ ସ୍ଲୋଗାନ ମଧ୍ୟ ଦେଇଥିଲେ। ଆଜି ସକାଳୁ ଏହି ଘଟଣାକୁ ବିରୋଧ କରି ବିଧାନସଭା ଭାହାରେ ମଧ୍ୟ ପ୍ରବଳ ବିରୋଧ ପ୍ରଦର୍ଶନ କରିଛି ବିଜେପି। ପ୍ରଥମେ କିଛି ବିଜେପି କର୍ମୀ ବାଇକରେ ବିଧାନସଭା ଆଡକୁ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ଉଠାଇ ନେଇଥିଲା ଓ ଜେରା କରିଥିଲା। ସେହି କର୍ମୀମାନେ ପରୀ ହତ୍ୟାକାଣ୍ଡ ଘଟଣାରେ କୃଷିମନ୍ତ୍ରୀଙ୍କ ଇସ୍ତଫା ଦାବି କରି ପ୍ରଦର୍ଶନ କରୁଥିବା ଜଣାପଡିଛି।

ଅନ୍ୟପକ୍ଷରେ ଆଜି ଭୁବନେଶ୍ୱର ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପରୀ ହତ୍ୟାକାଣ୍ଡକୁ ନେଇ ମନ୍ତ୍ରୀ ଅରୁଣଙ୍କ ବହିଷ୍କାର ଦାବିରେ ବିଶାଳ ଶୋଭାଯାତ୍ରା କରାଯାଇଛି। ସେମାନେ ଯେପରି ବିଧାନସଭା ଆଡକୁ ଯାଇ ନ ପାରିବେ, ସେ ନେଇ ପୁଲିସକୁ ନାକେଦମ ହେବାକୁ ପଡିଛି।

- Advertisement -

ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ନେଇ ଗୃହ କାର୍ଯ୍ୟ ଚଳେଇ ରଖିବା ସମ୍ଭବ ନ ହେବାରୁ, ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ ରଖିଥିଲେ। ପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ସର୍ବଦଳୀୟ ବୈଠକରେ ମଧ୍ୟ ବିରୋଧୀ ଦଳ ପକ୍ଷରୁ କୃଷିମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଥିଲା। ଏ ସବୁ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାର ଏସଆଇଟି ବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଦ୍ୱାରା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ବାସଭବନରୁ ଭିଡିଓ କନଫରେନସିଂ ଜରିଆରେ ବିଧାନସଭାରେ ଉପସ୍ଥିତ ସଦସ୍ୟମାନଙ୍କୁ ଏହା ଜଣାଇଥିଲେ। ସେ କହିଥିଲେ ଯେ, ମୋ ସରକାର ନିରପେକ୍ଷ ତଦନ୍ତ ଉପରେ ବିଶ୍ବାସ କରେ ତେଣୁ ବିରୋଧୀମାନେ ଗୃହକାର୍ଯ୍ୟରେ ସହଯୋଗ କରନ୍ତୁ। ମୁଖ୍ୟମନ୍ତ୍ରୀ ଏହି ହତ୍ୟାକାଣ୍ଡ ଘଟଣାରେ ଅତ୍ୟନ୍ତ ମର୍ମାହତ ବୋଲି କହିଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବେଳେ ମଧ୍ୟ ବିରୋଧୀ ସଦସ୍ୟମାନେ ହୋହାଲ୍ଲା ଜାରି ରଖିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ବାଚସ୍ପତି ଅପରାହ୍ନ ୩ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।

                                                ‘କଣ କହିଲେ ମୁଖ୍ୟମନ୍ତ୍ରୀ’
ମାନ୍ୟବର ବାଚସ୍ପତି ସାର୍,
ଯଦି ଏସଆଇଟି ଅନୁସନ୍ଧାନ ଆବଶ୍ୟକ ହେଉଛି, ତେବେ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବେ ଏବଂ ତୁରନ୍ତ ତାହା କରାଇବେ। ମୋ ସରକାର ସର୍ବଦା ମୁକ୍ତ ଏବଂ ନିରପେକ୍ଷ ଅନୁସନ୍ଧାନ ପାଇଁ ପ୍ରତିବଦ୍ଧ ଏବଂ ଆମେ ଚାହୁଁଛୁ, ସର୍ବଦା ନ୍ୟାୟ ହେଉ।

ଏହି ଘଟଣାରେ ମୁଁ ଗଭୀର ଭାବେ ଦୁଃଖିତ। ମୋ ସରକାର ସର୍ବଦା ଆଇନର ସମ୍ମାନ କରେ। ମୁଁ ସମସ୍ତ ସଦସ୍ୟଙ୍କୁ ଗୃହ କାର୍ଯ୍ୟରେ ସହଯୋଗ ଏବଂ ଅଂଶଗ୍ରହଣ କରିବାକୁ ଅନୁରୋଧ କରୁଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories