www.samajalive.in
Wednesday, December 10, 2025
16.1 C
Bhubaneswar

ଗୁଜରାଟର କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ; ୫ ମୃତ ; ଘଟଣାରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଗୁଜରାଟ : ଗୁଜରାଟର ରାଜକୋଟରେ ଶୁକ୍ରବାର ଭୋର ସମୟରେ ଏକ କୋଭିଡ଼ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ ରୋଗୀ ନିଆଁରେ ଜଳି ଜୀବନ୍ତ ଦଗ୍ଧ ହୋଇଛନ୍ତି। ଅନେକ କେତେକ ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
ଏହି ଭୟାବହ ଅଗ୍ନିକାଣ୍ଡ ରାଜକୋଟର ମାବଡି ଅଞ୍ଚଳରେ ସ୍ଥିତ ଏକ ହସ୍ପିଟାଲରେ ହୋଇଛି। କୋଭିଡ ହସ୍ପିଟାଲ ହୋଇଥିବାରୁ ଆଇସିୟୁରେ ପ୍ରାୟ୧୧ ଜଣ ରୋଗୀ ଭର୍ତ୍ତି ଥିଲେ। ଏମାନଙ୍କୁ ମିଶାଇ ମୋଟ ୩୩ ଜଣ ରୋଗୀ ହସ୍ପିଟାଲରେ ଥିଲେ। ନିଆଁ ଲାଗିବା ବିଷୟରେ ଖବର ପାଇ ଘଟଣାସ୍ଥଳରେ ଦମକଳ କର୍ମଚାରୀ ପହଞ୍ଚି ବହୁ କଷ୍ଟରେ ନିଆଁକୁ ଆୟତ୍ତ କରିଥିଲେ। ନିଆଁ ପ୍ରଥମେ ଆଇସିୟୁରୁ ଲାଗିଥିଲା ବୋଲି ପ୍ରାର୍ଥମିକ ତଦନ୍ତରୁ ଜଣାପଡ଼ିଛି।
ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି, ରାଜକୋଟର ହସ୍ପିଟାଲରେ ହୋଇଥିବା ଅଗ୍ନିକାଣ୍ଡରେ ହୋଇଥିବା ଜୀବନହାନୀରେ ମୁଁ ଖୁବ ଦୁଃଖିତ। ସେମାନଙ୍କ ପରିବାର ପ୍ରତି ମୁଁ ଦୁଃଖ ପ୍ରକାଶ କରୁଛି। ଆହତଙ୍କ ଆଶୁ ଅରୋଗ୍ୟ କାମନା କରିଛନ୍ତି।
ଏହାସହ ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଘଟଣାର ତଦନ୍ତ ପାଇଁ ଆଦେଶ ଦେଇଛନ୍ତି। ଏହାସହ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

 

Hot this week

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

Related Articles

Popular Categories