www.samajalive.in
Saturday, December 6, 2025
23.1 C
Bhubaneswar

ବିଶ୍ଵ ଦକ୍ଷତା ପ୍ରତିଯୋଗିତାରେ ପୁରସ୍କୃତ ୨ ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ସମାଜ ଡିଜିଟାଲ ଡେସ୍କ: ଫ୍ରାନ୍ସର ଲିଓନଠାରେ ଅନୁଷ୍ଠିତ ୪୭ତମ ବିଶ୍ଵ ଦକ୍ଷତା ପ୍ରତିଯୋଗିତାରେ ପୁରସ୍କୃତ ୨ ଓଡ଼ିଆ ଅମରେଶ କୁମାର ସାହୁ ଏବଂ ଗେଡେଲା ଅଖିଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅକ୍ଷୟ ଶକ୍ତି କ୍ଷେତ୍ରରେ ସାହୁ କାଂସ୍ୟ ପଦକ ପାଇଥିବାବେଳେ ଅଖିଲ ଜଳ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପଦକ ହାସଲ କରିଥିଲେ।

ମୁଖ୍ୟମନ୍ତ୍ରୀ ଉଭୟଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ, ଦୁଇ ଓଡ଼ିଆଙ୍କ କୃତିତ୍ଵ ଓଡ଼ିଶାକୁ ଗୌରାବାନ୍ବିତ କରିଛି। ଦକ୍ଷତା ବିକାଶ କ୍ଷେତ୍ରରେ ନେତୃତ୍ଵ ନେବାରେ ଓଡ଼ିଶାର ଯାତ୍ରା ଠିକ୍‌ ମାର୍ଗରେ ରହିଛି। ଉଭୟଙ୍କ ସଫଳତା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

- Advertisement -

ଦେବଗଡ଼ ଜିଲାର ଅମରେଶ ସାହୁ ବର୍ତ୍ତମାନ ଭୁବନେଶ୍ଵରସ୍ଥିତ ସେଣ୍ଟ୍ରାଲ ଟୁଲ ରୁମ୍‌ ଆଣ୍ଡ ଟ୍ରେନିଂ ସେଣ୍ଟର(ସିଟିଟିସି)ରେ ମେକାଟ୍ରୋନିକ୍ସରେ ଡିପ୍ଲୋମା ଶିକ୍ଷା ଗ୍ରହଣ କରୁଛନ୍ତି। ସେହିପରି ଅଖିଲ ବିଟେକ୍‌ ଅଧ୍ୟୟନ କରୁଛନ୍ତି। ବିଶ୍ଵ ଦକ୍ଷତା ପ୍ରତିଯୋଗିତାରେ ୮୦ରୁ ଅଧିକ ଦେଶର ପ୍ରତିଯୋଗୀ ଭାଗ ନେଇଥିଲେ।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories