www.samajalive.in
Saturday, December 6, 2025
17.1 C
Bhubaneswar

ସାଧାରଣ ଜନତାଙ୍କୁ ଭେଟିଲେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର: ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝି। ଏହାପୂର୍ବରୁ ଭୁବନେଶ୍ୱରରେ ବିଭିନ୍ନ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ଏହି ସମୟରେ ୨ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏବଂ କେଭି ସିଂହଦେଓ ମଧ୍ୟ ଉପସ୍ଥିତ ରହିଥିଲେ। ମାଲ୍ୟାର୍ପଣ ପରେ ରାସ୍ତା କଡରେ ଠିଆ ହୋଇଥିବା ସାଧାରଣ ଜନତାଙ୍କ ସହ ଆଲୋଚନା କରିଥିଲେ ମୋହନ ମାଝି। ଲୋକମାନେ ମଧ୍ୟ ତାଙ୍କ ପାଦ ଧୋଇ ସ୍ୱାଗତ କରିଥିଲେ। ଜନଗହଳି ମଧ୍ୟରେ ମୋହନ ମାଝି ଲୋକଙ୍କ ପାଖକୁ ଯାଇ ଆଲୋଚନା କରିଥିଲେ। ସେଠାରେ ଉପସ୍ଥିତ ଥିବା ଜଣେ ମହିଳାଙ୍କ ସହ ଆଲୋଚନା କରି ନୂଆ ସରକାରଙ୍କ ଠାରୁ କଣ ଆଶା କରୁଛନ୍ତି ବୋଲି ପଚାରିଥିଲେ। ଏହାସହିତ ବିଜୟ ଶଙ୍କର ଦାସ ନାମକ ପରିବହନ ବିଭାଗର ଜଣେ କର୍ମଚାରୀଙ୍କ ସହ କଥା ହୋଇ ଶପଥ ନେବା ପୂର୍ବରୁ ଅଭିଯୋଗ ଶୁଣିଥିଲେ ଏବଂ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories