ଭୁବନେଶ୍ୱର : ଆଜି ବିଧାନସଭାରେ ମୌସୁମୀ ଅଧିବେଶନର ୨ୟ ଦିନ। ଗତ କିଛି ଦିନ ମଧ୍ୟରେ ମନ୍ତ୍ରୀ ବଡ ନା ସଚିବ, ଏହି ପ୍ରଶ୍ନରେ ରାଜ୍ୟ ରାଜନୀତି ସରଗରମ ରହିଥିବା ବେଳେ ଆଜି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଏହାକୁ ନେଇ ହଟ୍ଟଗୋଳ ପରେ ସେ ନିଜେ ଏନେଇ ବିବୃତି ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋ ସରକାର ସର୍ବଦା ଲୋକଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ ଦେଇଛି। କୋଭିଡ୍ ପୂର୍ବରୁ ସିଏମଓ ଭୁବନେଶ୍ୱରରେ ଅଭିଯୋଗ ଶୁଣୁଥିଲା। କୋଭିଡ କାରଣରୁ ପ୍ରାୟ ୨ ବର୍ଷ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଲା। ମାତ୍ର କୋଭିଡ ପରେ ଯଥେଷ୍ଟ ଲୋକ ଅଭିଯୋଗ ପ୍ରକୋଷ୍ଠକୁ ନଆସିବାରୁ ଲୋକଙ୍କ ନିକଟକୁ ଯାଇ ଅଭିଯୋଗ ଶୁଣିବାକୁ ମୋ ନିର୍ଦ୍ଦେଶରେ ସିଏମ୍ଓ ଜିଲାକୁ ଯାଇ ଅଭିଯୋଗ ଶୁଣିଲେ। ଲୋକଙ୍କ ପାଖରେ ସିଏମଓ ପହଞ୍ଚିଛି। ସିଏମଓ ଉପରେ ଲୋକଙ୍କ ଦୃଢ ଆସ୍ଥା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
Popular Categories



