www.samajalive.in
Saturday, December 6, 2025
26.1 C
Bhubaneswar

୫-ଟି ସ୍କୁଲର ସ୍ମାର୍ଟ ଶ୍ରେଣୀଗୃହରୁ ଖସିଲା ପିଓପି ସିଲିଂ

କଲମପୁର: ସ୍ମାର୍ଟ ଶ୍ରେଣୀ ଗୃହରେ ବସି ପିଲାଏ ପାଠ ପଢ଼ି ସ୍ମାର୍ଟ ହେବେ। ଗ୍ରାମାଞ୍ଚଳର ପିଲାଏ ସହରୀ ଢାଞ୍ଚାରେ ପାଠ ପଢ଼ିବାର ସୁଯୋଗ ପାଇବେ। ଏହି ଉଦ୍ଦେଶ୍ୟରେ ୫-ଟି ମାଧ୍ୟମରେ ବିଦ୍ୟାଳୟ ସବୁ ରୁପାନ୍ତରିକରଣ କରାଯାଉଛି। କିନ୍ତୁ ପରିତାପର ବିଷୟ ‘କାହାର ଦାନ୍ତ ଥିଲେ ଚଣା ନାହିଁ ପୁଣି ଚଣା ଥିଲେ ଦାନ୍ତ ନାହିଁ’ ଏହି ନ୍ୟାୟରେ ଅନେକ ବିଦ୍ୟାଳୟର ଅବସ୍ଥା। କେଉଁ ବିଦ୍ୟାଳୟର କୋଠା ଥିଲେ ମଧ୍ୟ କୋଠାର ଅବସ୍ଥା ଦୁର୍ବଳ ଆଉ କାହାର କୋଠା ନାହିଁ। ତଥାପି ପ୍ରଥମ ପର୍ଯ୍ୟାୟରେ କଲମପୁର ବ୍ଲକର ବିଜମରା ବିଦ୍ୟାଳୟକୁ ୫ଟିରେ ସାମିଲ କରାଯାଇ ରୁପାନ୍ତରିତ କରାଯାଇଥିଲା। ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ପାଇଁ ସରକାରଙ୍କ ବିଭିନ୍ନ ଅନୁଦାନରୁ ଲକ୍ଷ ଲକ୍ଷ ଟଙ୍କା ପାଣି ଭଳି ଖର୍ଚ୍ଚ ହେଲା। କିନ୍ତୁ ମାତ୍ର ଦେଢ ବର୍ଷ ପରେ ଫଳ ଘର ଶୂନ। ଯାହାର ନମୂନା କଲମପୁର ବ୍ଲକ ଅଧିନସ୍ଥ ବିଜମରା ସ୍ୱାମୀ ବିବେକାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ। ଏହି ବିଦ୍ୟାଳୟର ସ୍ମାର୍ଟ ଶ୍ରେଣୀ ଗୃହରେ ଲକ୍ଷାଧିକ ଟଙ୍କାରେ ଲାଗିଥିବା ପିଓପି ସିଲିଂ ଶୁକ୍ରବାର ରାତିରେ ଖସି ପଡ଼ିଥିଲା। ସୌଭଗ୍ୟ ବସତଃ ରାତିରେ ଏଭଳି ଦୁର୍ଘଟଣା ଘଟିଥିବାରୁ ଏକ ବଡ ବିପଦରୁ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ଛାତ୍ରଛାତ୍ରୀ ବର୍ତ୍ତି ଯାଇଛନ୍ତି।

ପିଓପି ସିଲିଂ ସବୁ ଲଗାଇବା ପୂର୍ବରୁ ଛାତ ଏବଂ କାନ୍ଥର ସ୍ଥିତି ଅନୁଧ୍ୟାନ କରି ପିଓପି ସିଲିଂ ଲଗାଇଥିଲେ ହୁଏତ ଏଭଳି ଘଟିନଥାନ୍ତା। କିନ୍ତୁ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ବଦଳରେ ରାଜନୈତିକ ହସ୍ତକ୍ଷେପ ଏବଂ ଠିକାଦାର ପୋଷା ନୀତି ଯୋଗୁଁ ପାଣି ଗଳୁଥିବା ଛାତରେ ପିଓପି ସିଲିଂ କରାଯିବାରୁ ଏଭଳି ଘଟଣା ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ବିଡିଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କ ସହ ଯୋଗଯୋଗ କରାଯାଇଥିଲା। ଘଟଣା ସମ୍ବନ୍ଧରେ ସେ ଜାଣିଥିବା କହିବା ସହ ଦୁର୍ବଳ ସ୍ଲାବରେ ପାଣି ପଶି ପିଓପି ସିଲିଂ ନଷ୍ଟ ହୋଇ ଏଭଳି ଘଟଣା ଘଟିଛି। ତୁରନ୍ତ ତାର ସମାଧାନ କରାଯିବ ବୋଲି ମତବ୍ୟକ୍ତ କରିଛନ୍ତି। ଅନ୍ୟପଟେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅରବିନ୍ଦ ହରପାଲଙ୍କ ସହ ଯୋଗାଯୋଗ ପାଇଁ ପ୍ରୟାସ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories