www.samajalive.in
Sunday, December 7, 2025
26.1 C
Bhubaneswar

ଧର୍ମଶାଳାରେ ବାଦଲ ଫଟା ବର୍ଷା; ବ୍ୟାପକ କ୍ଷୟକ୍ଷତି

ଧର୍ମଶାଳା: ହିମାଚଳ ପ୍ରଦେଶର ଧର୍ମଶାଳାରେ ବାଦଲ ଫଟା ବର୍ଷା ହେବା ଫଳରେ ଉକ୍ତ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ହଠାତ ମୂଷଳଧାରାରେ ବର୍ଷା ହେବା ଫଳରେ ଧର୍ମଶାଳାର ମ୍ୟାକଲଏଡଗଞ୍ଜ ଅଞ୍ଚଳରେ ପ୍ରଖର ବେଗରେ ବନ୍ୟାପାଣି ମାଡିଆସିଥିଲା। ଏଥିରେ ଭାଗସୁ ଗ୍ରାମର ବ୍ୟାପକ କ୍ଷୟକ୍ଷତି ଘଟିଛି। ଗତ କିଛିଦିନ ହେଲା ରାଜ୍ୟରେ ବର୍ଷା ଲାଗିରହିଛି। ବନ୍ୟାଜଳରେ ବହୁ ଗାଡିମଟର ଭାସିଯାଇଛି। ଏଥିସହିତ ହୋଟେଲ ଏବଂ ବାସଗୃହଗୁଡିକର ବ୍ୟାପକ କ୍ଷତି ଘଟିଛି। ବର୍ଷା ଯୋଗୁ ମାନଝୀ ନଦୀରେ ବନ୍ୟାଜଳ ମାଡିଆସିବାରୁ ୧୦ରୁ ଅଧିକ ଦୋକାନ ଘର ମଧ୍ୟ ଭାସିଯାଇଛି।
ଭୀଷଣ ବର୍ଷା କାରଣରୁ ଶିମଳା ଜିଲାର ରାମପୁର ନିକଟରେ ଜାତୀୟ ରାଜପଥ ଅବରୁଦ୍ଧ ହୋଇଯାଇଛି। ଇତିମଧ୍ୟରେ ଉକ୍ତ ସ୍ଥାନକୁ ସଫାକରି ଯାତାୟତ ଉପଯୋଗୀ କରିବା କାର୍ଯ୍ୟ ଚାଲିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ହିମାଚଳ ପ୍ରଦେଶରେ ଆଗାମୀ କିଛିଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାନେଇ ପୂର୍ବାନୁମାନ କରାଯାଇଛି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories